ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇ ଗୁରୁତର

0
406

ହିଂଜିଲିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ସାନଭାଇ ଟାଙ୍ଗିଆରେ ନିଜ ବଡ଼ ଭାଇକୁ ଆକ୍ରମଣ କରି ଆହତ କରିଥିବା ଜଣାପଡ଼ିଛି। ସାନ ଭାଇର ଆକ୍ରମଣରେ ବଡ଼ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଜଣକ ସଂପୃକ୍ତ ଗ୍ରାମର ପ୍ରତାପ ଚୈଧୁରୀ (୬୨)। ଏ ନେଇ ହିଞ୍ଜିଳି ଥାନାରେ ଆହତ ପ୍ରତାପ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀ ସାନଭାଇ ଶ୍ରୀକାନ୍ତ ଫେରାର ହୋଇଯାଇଛନ୍ତି। ପ୍ରକାଶ ଯେ, ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ଦୁଇ ଭାଇ ପ୍ରତାପ ଓ ଶ୍ରୀକାନ୍ତଙ୍କ ମଧ୍ୟରେ କୈାଣସି କଥାକୁ କେନ୍ଦ୍ର କରି ପୂର୍ବରୁ ଶତୃତା ଲାଗି ରହିଥିଲା। ଶୁକ୍ରବାର ଅପରାହ୍ନରେ ବଡ଼ଭାଇ ଘରେ ଥିବାବେଳେ ସଂପୃକ୍ତ ଗ୍ରାମର ୫ ଜଣ ପ୍ରତାପଙ୍କ ଘରକୁ ଆସି ଗଣ୍ଡଗୋଳ କରିଥିଲେ । ପରେ ତାଙ୍କର ସାନ ଭାଇ ଆସି ଏକ ଟାଙ୍ଗିଆରେ ଅର୍ତକିତ ଆକ୍ରମଣ କରିଥିଲେ। ଆକ୍ରମଣରେ ବଡ଼ଭାଇ ଗୁରୁତର ଆହତ ହୋଇଥିଲେ । ସାହି ପଡୋଶୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

LEAVE A REPLY

Please enter your comment!
Please enter your name here