ରୋଡ଼ ସାଇଡ ଢାବାରେ ରେଡ,ଚୋରା ବିଦେଶୀ ମଦ ଜବତ;୩ ଅଟକ

0
382

ଆସ୍କା(ଜଗନ ପଣ୍ଡା)ଆସ୍କା ପୋଲିସ ପକ୍ଷରୁ ଗତ କାଲି ରାତିରେ କାଳଷଣ୍ଢପୁର ସ୍ଥିତ ରୋଡ଼ ସାଇଡ ତିନୋଟି ଢ଼ାବାରେ ଚଢ଼ାଉ କରି ବେଆଇନ ବିଦେଶୀ ମଦ ଜବତ କରିଛି | ବେଆଇନ ଭାବେ ପାରାଡାଇଜ, ସାକସମ, ଓ ଗ୍ରୀନ ପାର୍କ ଢ଼ାବାରେ ମଦ ବିକ୍ରି ହେଉଥିବା ଖବର ପାଇ ପୋଲିସ ପକ୍ଷରୁ ରେଡ କରାଯାଇ 25ଲିଟର ବିଦେଶୀ ମଦ ସହ ଦୁଇଟି ଫ୍ରିଜ ଜବତ କରିଛି |ପୋଲିସ ପୃଥକ ଭାବେ ତିନିଟି ମାମଲାରେ ଢ଼ାବାର ତିନି ଜଣ ମାଲିକ କାଳଷଣ୍ଢପୁର ଗ୍ରାମର ପୀତବାସ ବିଶ୍ୱାଳ (37), ସରୋଜ କୁମାର ସ୍ୱାଇଁ (36), ଓ ଜଗନ୍ନାଥ ସ୍ୱାଇଁ(35) କୁ ଅଟକ ରଖି କେଶ ନମ୍ବର 588, 589, 590/20 ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ନେଇ ଆସ୍କା ଥାନା ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here