ଧର୍ମ କଣ୍ଟା ପାଲଟିଛି ଅଧର୍ମ କଣ୍ଟା

0
279

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟି ସଂସ୍ଥାର ଦାୟିତ୍ଵ ହୀନତା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ସଂପୂର୍ଣ୍ଣ ମାଟି ରେ ମିଶିବାକୁ ବସିଲାଣି (ୱ୍ୟେ ବ୍ରିଜ)ଧର୍ମ କଣ୍ଟା।ଗଞ୍ଜାମ ଜିଲ୍ଲାର ଅନେକ ବ୍ୟବସାୟ ପେଣ୍ଠସ୍ଥଳୀ ମଧ୍ୟରୁ ହିଞ୍ଜିଳିକାଟୁ ସହର ଅନ୍ୟତମ।ହିଞ୍ଜିଳି ଓ ଶେରଗଡ଼କୁ ନେଇ ଦୁଇଟି ବ୍ଲକ ହିଞ୍ଜିଳି ପୌରପରିଷଦକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠନ ହୋଇଛି। ପ୍ରତି ଦିନ ଅନେକ ଚାଷୀ ଓ ବ୍ୟବସାୟୀ ବେପାର ବଣିଜ କରିବା ପାଇଁ ହିଞ୍ଜିଳି ବଜାର ଉପରେ ନିର୍ଭରଶୀଳ ହୋଇଥାନ୍ତି। ମାଲ ପରିବହନ ଗାଡ଼ି ରେ କୃଷି ଜାତୀୟଦ୍ରବ୍ୟ ହେଉ ଅବା ପନିପରିବା ସାମଗ୍ରୀ କିଣା,ବିକା କରିବା ସମୟ ଓଜନକୁ ନେଇ ଚାଷୀ ବେଶ୍ ଚିନ୍ତାରେ ରହୁଥିଲେ ପରବର୍ତ୍ତୀ ସମୟରେ ଓଜନ ସମସ୍ୟା ଦୂର କରିବା ଲାଗି ରାଜ୍ୟ ସରକାରଙ୍କ ଉଦ୍ୟମ ରେ ହିଞ୍ଜିଳିକାଟୁ ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ଲକ୍ଷାଧିକ ଟଙ୍କା ରେ ଏକ ଧର୍ମ କଣ୍ଟା (ୱ୍ୟେବ୍ରିଜ) ନିର୍ମାଣ କରାଯାଇଥିଲା। ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵ ନିୟନ୍ତ୍ରଣ ବଜାର କମିଟି (ଆରଏମସି)କୁ ଦିଆଯାଇଥିଲା।ଏହା ଦ୍ବାରା ବହୁ ଚାଷୀ ଓ ବ୍ୟବସାୟୀ ମାନେ ଉପକୃତ ହେବା ସହ ଓଜନ ଠକାମୀରୁ ମୁକୁଳି ପାରିଥିଲେ। ଏହା ଦ୍ବାରା ନିୟନ୍ତ୍ରଣ ବଜାର କମିଟିର ମଧ୍ୟ ଭଲ ଆୟ ହେଉଥିଲା। ବିଡମ୍ବନା ଯେ ନିର୍ମାଣର କିଛି ଦିନ କାର୍ଯ୍ୟକ୍ଷମ ପରେ ଦାୟିତ୍ଵ ରେ ଥିବା ଅଧିକାରୀଙ୍କ ଦାୟିତ୍ଵ ହୀନତା ଓ ଇଛା ଶକ୍ତି ଅଭାବରୁ ସରକାରୀ ତହବିଲ୍ ରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ଧର୍ମ କଣ୍ଟା ବର୍ତ୍ତମାନ ଖତ ଖାଇବାକୁ ବସିଲାଣି। ଯେବେ ଠାରୁ ଓଜନ ମେସିନ ଅଚଳ ହୋଇ ରହିଛି ସେହି ଦିନଠାରୁ ଚାଷୀ ମାନଙ୍କୁ ଓଜନ ଠକେଇର ଶିକାର ହେବାକୁ ପଡୁଛି। ଯାହା ଫଳରେ ଚାଷୀ ମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହା ପ୍ରତି ଉଚ୍ଚକତୃପକ୍ଷ ଦୃଷ୍ଟି ଦେଇ ଏହାକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ବୃଦ୍ଧିଜିବୀ ମହଲ ରେ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here