ଫାଇନାନ୍ସ କର୍ମଚାରୀ ମାନେ ରାତିରେ ଟଙ୍କା ଆଦାୟ ବେଳେ ମହିଳା ଙ୍କୁ ଦୁର୍ବ୍ୟବହାର, ମାଡମାରି ଅଟକ ରଖିଲେ ଗ୍ରାମବାସୀ

0
608

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ମାସିକ କିସ୍ତି ଆଦାୟ କରିବାକୁ ଆସି ରାତିଯାଏଁ ରହିବା ଓ ମହିଳା ଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଲା ଫାଇନାନ୍ସ କର୍ମଚାରୀ ଙ୍କୁ । ଗ୍ରାମ ବାସୀଙ୍କ ଆକ୍ରୋଶର ଶିକାର ହେଲେ କର୍ମଚାରୀ । ଧୁମ ଛେଚା ଖାଇବା ସହ । ବିଳମ୍ବିତ ରାତି ଯାଏଁ ଅଟକ ରହିଲେ । ଶେଷରେ ପୁଲିସ ର ହସ୍ତକ୍ଷେପ ପରେ ମୁକୁଳିଛନ୍ତି ।ଏଭଳି ଘଟଣା ଦେଖିବା କୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ଲଣ୍ଡେଇହିଲ ଗ୍ରାମରେ । ଏଲ ଏଣ୍ଡ ଟି ନାମକ ଏକ ଘରୋଇ କମ୍ପାନୀ । ଗାଁରେ ମହିଳା ମାନଙ୍କ ଦଳ ଗଠନ କରି ଲୋନ ଦେଇ ମାସିକ କିସ୍ତି ସଂଗ୍ରହ କରିଥାଏ । ଗତକାଲି ଅର୍ଥାତ ୪ ତାରିଖରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଆସି ଟଙ୍କା ମାଗିଥିଲେ । ହେଲେ ଆଜି ତାରିଖ ନଥିବା ରୁ ସେମାନେ ଟଙ୍କା ଯୋଗାଡ କରିନଥିବା ଜଣାଇଥିଲେ । ହେଲେ ଟଙ୍କା ନଦେଲେ ଘରୁ ଉଠିବେ ନାହିଁ କହି ଦିନ ତମାମ ଗାଁରେ ଜଗିବସିଥିଲେ । ଏପରିକି ରାତି ଆଠଟା ଯାଏଁ ଗାଁ ଛାଡିନଥିବା ବେଳେ ୬ ଜଣ କର୍ମଚାରୀ ଗାଁରେ ମହିଳା ମାନଙ୍କୁ ଟଙ୍କା ପାଇଁ ଦୁର୍ବ୍ୟବହାର କରିଥିଲେ ଆସନ୍ତାକାଲି ଟଙ୍କା ଦିଆଯିବ ବୋଲି ଗାଁର ପୁରୁଷ ମାନେ କହିବା ପରେ ମଧ୍ୟ କର୍ମଚାରୀ ମାନେ ଯାଇନଥିଲେ ଓ ବିଭିନ୍ନ କଥାକହି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିଥିଲେ । ପରେ ଉତ୍ୟକ୍ତ ହୋଇ ଗ୍ରାମ ବାସୀ ଆସିଥିବା କର୍ମଚାରୀ ମାନଙ୍କୁ ଆକ୍ରମଣ ଆରମ୍ଭ କରିଦେଇଥିଲେ । ସେମାନେ ମଧ୍ୟ ପ୍ରତିଆକ୍ରମଣ କରିଥିଲେ । ପରେ ସେମାନଙ୍କୁ ଅଟକ ରଖି ତାରାସିଂଗ ପୁଲିସ କୁ ଜଣାଇଥିଲେ । ଗାଁର ଜଣେ ମହିଳା ଟଙ୍କା ଯୋଗାଡ କରିନଥିବାରୁ ତାଙ୍କ ସଂପର୍କିୟ ଙ୍କ ଘରକୁ ଚାଲ କହି ଟଙ୍କା ଯୋଗାଡ ପାଇଁ ତାଙ୍କୁ ନିଜ ବାଇକରେ ବସାଇ କର୍ମଚାରୀ ନେଇଥିବା ଓ ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବା । ଗ୍ରାମବାସୀ ଙ୍କ ରାଗ ଚରମ ସୀମାରେ ପହଁଚି ଥିଲା । ମହିଳା ମାନଙ୍କୁ ଦୁର୍ବ୍ୟବହାର ଘଟଣା କୁ ଅସ୍ୱୀକାର କରି କେବଳ ମାସିକ କିସ୍ତି ପାଇଁ ଆସିଥିବା ବେଳେ ଟଙ୍କା ନ ଦେଇ ସେମାନଙ୍କୁ ଭୁଲାଉଥିବା ଓ ଶେଷରେ ମାଡ ମାରି ଅଟକ ରଖିଥିବା ଏଲ ଏଣ୍ଡ ଟି ଫାଇନାନ୍ସ କମ୍ପାନୀ ର ମ୍ୟାନେଜର ପ୍ରକାଶ କରିଛନ୍ତି । ଗାଁରେ ଫାଇନାନ୍ସ କମ୍ପାନୀର କିସ୍ତି ଟଙ୍କା ଆଦାୟ ପାଇଁ ସୀମା ଲଙ୍ଘୁଛନ୍ତି ଫାଇନାନ୍ସ କର୍ମଚାରୀ । ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ବା ସହ ପାଞ୍ଚ ଛଅ ଜଣ ଲେଖାଏଁ ଆସି ଗୁଣ୍ଡାରାଜ କରୁଥିବା ଜଣାପଡିଛି । ପ୍ରଶାସନ ସବୁ ଜାଣିଶୁଣି ମଧ୍ଯ ନିଦାବିଷ୍ଣୁ ସାଜିଛି ।

LEAVE A REPLY

Please enter your comment!
Please enter your name here