ମାସ୍କ ନହିଁତ ଯାତ୍ରା ନାହିଁ କ୍ଷୁଦ୍ର ଚଳଚ୍ଚିତ୍ର ଦ୍ୱିତୀୟ ସଂସ୍କରଣ ଉନ୍ମୋଚିତ

0
275

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଗାଙ୍ଗପୁର ଥାନା କୁଲାଙ୍ଗୀ ପଂଚାୟତର ପଳାସପଲ୍ଲୀ ଠାରେ କ୍ଷୁଦ୍ର ଚଳଚ୍ଚିତ୍ର ମାସ୍କ ନାହିଁ ତ ଯାତ୍ରା ନାହିଁ ଦ୍ୱିତୀୟ ସଂସ୍କରଣ ଆସିକା ସାଂସଦ ପ୍ରମିଳା ବିଷୋୟୀ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଏମ, ଏଲ, ଏ ପୂର୍ଣ ଚନ୍ଦ୍ର ସ୍ୱାଇଁ ଓ ଅନ୍ୟତମ ଅତିଥି ରୂପେ ରୂପେଲି ପରଦାର ହାସ୍ୟ ଅଭିନେତା ବ୍ରଜ ସିଂ ଯୋଗଦେଇଥିଲେ I ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ବ୍ଳକ୍ ପ୍ରାକ୍ତନ ଅଧକ୍ଷ୍ୟ ତଥା ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ, କେଏସୟୁବି ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ୍ୟ କୃତିବାସ ବିଶ୍ୱାଳ, ବଡ଼ବୋର୍ସିଂ ସରପଞ୍ଚ ଏସ୍. ରାମେଶ୍ୱର ପାତ୍ର ଓ ବିଶିଷ୍ଟସମାଜସେବୀ ଶୂଳପାଣି ଶତପଥି ଯୋଗ ଦେଇଥିଲେ I ବରିଷ୍ଠ କଳାକାରଙ୍କୁ ଭତ୍ତା ଓ କଳାକାର ମାନଙ୍କ ପାଇଁ ସଂଘ ଗୃହ ଯୋଗାଇଦେବା ପାଇଁ ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃ୍ତି ଦେଇଥିଲେ I ରାଜେନ୍ଦ୍ର କୁମାର ବିଷୋୟୀ କାହାଣୀ ରଚନା କରିଥିବା ବେଳେ ଉଭୟ ପ୍ରଯୋଜନା ଓ ନିର୍ଦ୍ଦେଶନା ଦାୟିତ୍ୱ ନେଇଥିଲେ ଶିଶିର କୁମାର I କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ବିଷୋୟୀ ସଂଯୋଜନା କରିଥିବା ବେଳେ ଅଶୋକ କୁମାର ଗୌଡ ଧନ୍ୟବାଦ ଦେଇଥିଲେ I ପଳାସପଲ୍ଲୀ ଗ୍ରାମବାସୀଙ୍କ ଦ୍ୱାରା ଅତିଥି ଓ କଳାକାରମାନଙ୍କୁ ଶ୍ରୀଫଳ, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା I ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ହାସ୍ୟ ଅଭିନେତା ବ୍ରଜ ସିଂଙ୍କ ସମେତ ନାରୀ ଅଭିନେତ୍ରୀ ଶ୍ରଦ୍ଧା, ରେଶ୍ମାଙ୍କ ସହ ପିଷ୍ଟପ ,ଗୋପାଳ,ପ୍ରଦୀପ, ଅଶୋକ, ରଞ୍ଜନ, ପାଣ୍ଡା ,ସୁମନ୍ତ, ବୁଲୁ, ତ୍ରିପତି ,ଆଶୀଶ ,ଦୀପକ, ମିଥୁନ୍, ଲମ୍ବୋଦର,ପ୍ରଫୁଲ୍ଲ ଏବଂ ସୁମନ୍ତ ଅଭିନୟ କରିଛନ୍ତି I ସମସ୍ତ କାର୍ଯ୍ୟକ୍ରମ କୁ ପଳାସ ପୋଲି ଗ୍ରାମବାସୀ ପରିଚଳାନା କରିଥିଲେ I ଚଳଚ୍ଚିତ୍ରଟି ଉଚ୍ଚକୋଟୀର ହୋଇଥିବା ଅତିଥି ମାନେ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here