ଜୁଆଆଡା ଉପରେ ଚଢ଼ାଉ ଜାରି ; ୨୧ ଜୁଆଡି ଗିରଫ

0
297

ଆସ୍କା(ଜଗନ ପଣ୍ଡା) ଆଗକୁ କୁମାରପୂର୍ଣ୍ଣିମା ଥିବାରୁ ପୋଲିସ ପକ୍ଷରୁ ବହୁ ଜାଗାରେ ଜୁଆଆଡା ଉପରେ ଚଢ଼ାଉ ଜାରି ରହିଛି | ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି, ଦେବଭୂମି ଓ କୋଟିବାଡି ଗ୍ରାମରେ ଚାଲୁଥିବା ଜୁଆଆଡା ଉପରେ ଆସିକା ପୋଲିସ ପକ୍ଷରୁ ଚଢ଼ାଉ କରି 21 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ 67 ହଜାର ଟଙ୍କା ଜବତ ହୋଇଛି l ଗିରଫ ହୋଇଥିବା ଜୁଆଡି ମାନେ ହେଲେ ଖଣ୍ଡଦେଉଳି ଗ୍ରାମର ସିମାଞ୍ଚଳ ସ୍ୱାଇଁ,ସିଦ୍ଧାନ୍ତ ସ୍ୱାଇଁ, କୃଷ୍ଣ ବିଶ୍ୱାଳ, ଭାସ୍କର ସ୍ୱାଇଁ, ଦିଲୀପ ବିଶ୍ୱାଳ, ସମୀର ସ୍ୱାଇଁ, ରିଙ୍କୁ ସ୍ୱାଇଁ, ରୋହିତ ଡାକୁଆ,ଅରୁଣ ଦଳେଇ, ଦେବଭୂମି ଗ୍ରାମର ବାବୁଲା ନାହାକ, ବିକ୍ରମ ସାହୁ, କୁନା ଖୁନରିୟା, କାଳୁ ପ୍ରଧାନ, ପିଣ୍ଟୁ ବେହେରା,କୋଟିବାଡି ଗ୍ରାମର ମନୋଜ ଗୌଡ଼, ବାୟା ଗୌଡ଼,ଅଶୋକ ଗୌଡ଼, ଚିନ୍ତାମଣି ଗୌଡ଼,ଏ ରାମା ରାଓ, ଏ ରବୀନ୍ଦ୍ର, ଆକୁଳ ସାହୁ ପ୍ରମୁଖ l କୌଣସି ସୂତ୍ରରୁ ଖବର ପାଇ ଆସିକା ପୋଲିସ ବିଭିନ୍ନ ସ୍ଥାନରେ ଚାଲୁଥିବା ଜୁଆ ଆଡା ଉପରେ ଚଢ଼ାଉ କରି 21 ଜଣ ଜୁଆଖେଳାଳିକୁ ଗିରଫ କରିବା ସହିତ କେଶ ନଂ 570, 571, 572, 573/2020 ରେ ମାମଲା ରୁଜୁ କରିଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି lଆଗକୁ ଜୁଆଅଡ୍ଡା ଧରପଗଡ଼ କୁ କଡାକଡ଼ି କରାଯିବା ନେଇ ଆଇ ଆଇ ସି ଜଣାଇଛନ୍ତି |

LEAVE A REPLY

Please enter your comment!
Please enter your name here