କରୋନା ସଚେତନତା ପଦଯାତ୍ରା ସହ ଜନହିତକର ଯୋଜନାରେ ନିର୍ମିତ କାର୍ଯ୍ୟର ଉଦଘାଟନ କଲେ ମନ୍ତ୍ରୀ

0
388

ଜଗନ୍ନାଥ ପ୍ରସାଦ (ନିଲୁ ବିଷୋୟୀ) ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ମାନ୍ୟବର ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କରୋନା ସଚେତନତା ପଦଯାତ୍ରା ଓ ପଥପ୍ରାନ୍ତ ସଭା ରେ ଯୋଗଦେଇ ମାସ୍କ ବଣ୍ଟନ କରିଥିଲେ l ଏଥି ସହ ସେ ଗାୟ।ଗଣ୍ଡା , ପଟାଙ୍ଗି , ବୁରପଲି , କଳିଙ୍ଗପଦର , ଜାଡ଼ଧର ଠାରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରେ ନିର୍ମିତ କାର୍ଯ୍ୟ ତଥା ପାନୀୟ ଜଳ ଯୋଗାଣ ପ୍ରକଳ୍ପ,ଯାତ୍ରୀ ବିଶ୍ରାମାଗାର, ଅଙ୍ଗନବାଡ଼ି କେନ୍ଦ୍ର,ବିଜୁ ଯୁବ ବିକାଶ କେନ୍ଦ୍ର ଆଦିର ଶୁଭ ଉଦଘାଟନ କରିଥିଲେ l କାଯ୍ୟକର୍ମରେ ଅନ୍ୟ ମାନଙ୍କ ମଧ୍ୟରେ କନ୍ଧମାଳ ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ , ଜଗନ୍ନାଥ ପ୍ରସାଦ ବ୍ଲକର ସମସ୍ତ ସରପଞ୍ଚ , ଜଗନ୍ନାଥ ପ୍ରସାଦ ବ୍ଲକ ଅଧକ୍ଷା ଶ୍ରୀମତୀ ଗୀତାଞ୍ଜଳି ବେହେରା,ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ହିମାଂଶୁ ଶେଖର ବାରିକ, ସମସ୍ତ ବିଜେଡି କର୍ମୀ , ବରିଷ୍ଠ ଆଇନଜୀବୀ ଦିବାକର ନାୟକ , ସାମାଜିକ କର୍ମୀ ଶୂଳପାଣି ଶତପଥୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here