ବଡ଼ଗଡ଼ରେ “ଘୁମୁସର ର ସ୍ବର” ପକ୍ଷରୁ ୧୧୨ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର

0
276

ବୁଗୁଡା : ପବିତ୍ର ବ୍ୟାସ ପୁର୍ଣ୍ଣିମା ତଥା ଗୁରୁ ପୂର୍ଣ୍ଣିମା ଦିନ ଓଡିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ବାଲିପଦର ର “ଘୁମୁସର ର ସ୍ବର” ପକ୍ଷରୁ ୧୧୨ ତମ ପୁର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ ଉତ୍ସବ କଳା ଓ ସଂସ୍କୃତିର ପବିତ୍ର ମାଟି ବଡଗଡ ପ୍ରାଚୀନ ରାଜପ୍ରାସାଦ ଗଡ଼ ପରିସରରେ ସଭାପତି ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାହିତ୍ୟିକ ତଥା କବି ଅନନ୍ତ କର, ଡାକ୍ତର ପ୍ରଦିପ୍ତ ଚନ୍ଦ୍ର ସିଂହ, କବି ଭାସ୍କର ରାଉତ, ସମାଜସେବୀ ଖଲିପରିଡା, ଜି.ରାଜେଶ୍ବର ପାତ୍ର, ଶିକ୍ଷାବିତ୍ ଈ.ନୀଳାଚଳ ପାତ୍ର ପ୍ରମୁଖ ଯୋଗଦେଇ ଓଡିଆ ସାହିତ୍ୟକୁ ବଡ଼ଗଡ ଅଞ୍ଚଳର ଅବଦାନ ଓ ଲୋକ ସଂସ୍କୃତି ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଡାକ୍ତର ପ୍ରଦୀପ୍ତ ଚନ୍ଦ୍ର ସିଂହଙ୍କ ରଚିତ ପୁସ୍ତକ ‘ଶ୍ରୀ ହନୁମାନ ଦିବ୍ୟ ଲୀଳାମୃତ’ ଏବଂ “ଗଞ୍ଜାମର ପାରିବାରିକ ଲୋକକଳା” ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଜିତେନ୍ଦ୍ର ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ। ଜରାଜୀର୍ଣ୍ଣ ଅବସ୍ଥାରେ ମୁଣ୍ଡଟେକି ଠିଆ ହୋଇଥିବା ବଡଗଡ ରାଜ ପ୍ରାସାଦକୁ “ଘୁମୁସର ର ସ୍ବର” ପରିବାର ପକ୍ଷରୁ ଅତିଥି ମାନେ ପରିଦର୍ଶନ କରି ଐତିହ୍ୟର ରୋମୋନ୍ଥନ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here