ବେଗୁନିଆପଡାର ସୁନା ଝିଅ ଶ୍ରୁତି…..  ନିଟ ପରୀକ୍ଷାରେ ୬୪୩ ମାର୍କ ରଖି କୃତକାର୍ଯ୍ୟ ହୋଇ ଗୌରବ ଆଣିଲେ

0
300

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ବେଗୁନିଆପଡାର ସୁନା ଝିଅ ଏମ. ସୃତି ସାଗରୀକା ରାଓ l ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ)-2020 ପରୀକ୍ଷାରେ ସେ ମୋଟ 720 ମାର୍କରୁ 643 ମାର୍କ ରଖି କୃତକାର୍ଯ୍ୟ ହେବା ସହ ସର୍ବ ଭାରତୀୟ ସ୍ତରରେ 5210 ରାଙ୍କ ରଖି ବେଗୁନିଆପଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି l ସେ ହେଉଛନ୍ତି ବେଗୁନିଆପଡା ବାସିନ୍ଦା ଏମ କ୍ରିଷ୍ଣା ରାଓ ଓ ଆର. ପ୍ରମିଳା ରାଓଙ୍କ କନ୍ୟା l ପିଲାଟି ବେଳରୁ ସେ ମେଧାବୀ ଛାତ୍ରୀ ଭାବେ ସମସ୍ତଙ୍କର ପ୍ରିୟପlତ୍ର ହୋଇଥିଲେ l ଏହି ସଫଳତା ପାଇଁ ସେ ତାଙ୍କ ପିତା ମାତା, ଗୁରୁଜୀ,ଗୁରୁମାଙ୍କୁ ଶ୍ରେୟ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here