ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ, ଗଛ ଲଗାଇ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଲେ ବିଧାୟକ

0
195

ଛତ୍ରପୁର: ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରବିବାର ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ 10ନଂ ୱାର୍ଡ ର ବ୍ୟାରେକ ସ୍କୁଲ ନିକଟରେ ପରିବେଶ ସୁରକ୍ଷା ନିମନ୍ତେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଟ୍ରଷ୍ଟ ର ସଭାପତି ତଥା କାଉନସିଲର ଦେବାଶିଷ ମିଶ୍ର ଙ୍କ ନେତୃତ୍ବ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ର ଯତ୍ନ ନେବା ନିମନ୍ତେ କହିଥିଲେ, ଏହି ଅଵସରରେ କାଉନସିଲର ସନ୍ତୋଷୀ ସେଠି, ପ୍ରୀତିଛନ୍ଦା ସାମଲ ଓ କେ. ରମେଶ, ରାଧେଶ୍ୟାମ ଫାଉଣ୍ଡେସନ ଆଇନ ପରାମର୍ଶ ଦାତା ବିଜୟ କୃଷ୍ଣ ପଟ୍ଟନାୟକ, ଉପଦେଷ୍ଠା ପ୍ରଶାନ୍ତ କୁମାର ଶତପଥି ଓ ଗୌରୀ ଶଙ୍କର ପାଢ଼ୀ , ସମ୍ପାଦିକା ଝିଲିବାଳା ରାଉତ, ସହ-ସମ୍ପାଦିକା ଗୀତା ସାହୁ, ଛତ୍ରପୁର ନଗର ବିଜେଡି ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା,ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ସନମୂଖ ପଟ୍ଟନାୟକ, ବିଜୁ ଆଇନ ସାମ୍ମୁଖ୍ୟ ର ସଭାପତି ସୁରେଶ କୁମାର ପଣ୍ଡା, ସମ୍ପାଦକ ଏଲ. ଗୋପାଲ ରାଓ, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକ, କାଳୀ ପ୍ରସାଦ ଦାଶ,କୃଷ୍ଣ ବେହେରା,ପ୍ରଦୀପ ପାତ୍ର, ଛତ୍ରପୁର ଏନଏସି ର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘ ର ସଭାପତି ପୂର୍ଣ୍ଣବାସୀ ମହାପାତ୍ର, ସୁଜାତା ପଟ୍ଟନାୟକଙ୍କ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ

LEAVE A REPLY

Please enter your comment!
Please enter your name here