ସ୍ବସ୍ତି ଚିଲିକା ରିସୋର୍ଟ ନିକଟରୁ ମୃତ ଡଲଫିନ୍ ଉଦ୍ଧାର

0
330

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ)Uଏସିଆ ମହାଦେଶର ସର୍ବ ବୃହତ୍ତମ ଲବଣ ହ୍ରଦ ଚିଲିକାରେ ଅଧିକ ଡଲଫିନ୍ ରହିଥିବା ବେଳେ ଡଲଫିନ୍ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ  ଛୁଟିଆସନ୍ତି ପର୍ଯ୍ୟଟକ । ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଡଲଫିନ ମାନେ ମୃତ୍ୟୁ ବରଣ କରିଥାନ୍ତି । ତେବେ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଓଡ଼ିଆ ଆଲପୁର ପଞ୍ଚାୟତରେ ଥିବା ସ୍ବସ୍ତି ଚିଲିକା ରିସୋର୍ଟ ନିକଟ ଚିଲିକା କୂଳରେ ଏକ ଡଲଫିନ୍ ମୃତ ଅବସ୍ଥାରେ ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖି  ଓ୍ବାଇଲ୍ଡ ଲାଇଫ୍ ସହ ଯୋଗାଯୋଗ କରିଥିଲେ । ଖବର ପାଇ କେଶପୁର ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟର ଜିତେନ୍ଦ୍ର କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟ ଗାର୍ଡ ଛବିରାଣୀ ବେହେରାଙ୍କ ସହ ବିଦ୍ୟାଧର ସାହୁ ଘଟଣା ସ୍ଥଳରେ ପହଞ୍ଚି ଡଲଫିନ୍ ଟିକୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଡଲଫିନ୍ ଟିର ଲମ୍ବ ପାଞ୍ଚଫୁଟ୍ ଓ  ଓଜନ ଏକ କ୍ବିଣ୍ଟାଲ୍ ହେବ ବୋଲି ଅନୁମାନ କରାଯାଉଥିବା ବେଳେ ଡଲଫିନ୍ ଟିର କିପରି ମୃତ୍ୟୁ ହେଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣା ପଡ଼ିବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here