ଅବକାରୀ ଚଢ଼ାଉ ପୋଚ, ମଦ ଜବତ ସହ ୩ ଗିରଫ

0
345

ମୋହନା(ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଆର.ଉଦୟଗିରି ଅବକାରୀ ବିଭାଗ ପକ୍ଷରୁ ମୋହନା ଅଞ୍ଚଳର ଲୁହାଗୁଡି,ଗଣି,ଟିଆମା ,ମାଣିକପୁର,ଆଦି ଅଞ୍ଚଳରେ ଚଡ଼ାଉ କରି ଗୁଡ଼ ମହୁଲ ମିଶା ପୋଚ ୧୮୦୦ ଲିଟର ଭାଙ୍ଗି ନଷ୍ଟ କରିବା ସହ ୮୬ ଲିଟର ରନ୍ଧା ମଦ ଜବତ କରିଛି ଅବକାରୀ ବିଭାଗ। ଏଥିରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସେମାନେ ହେଲେ ମାଣିକପୁର ଗାଁ ର ରମାକାନ୍ତ ଶବର ଓ ପୁନିତ ଶବର ହିକିରିକୁପା ର ରଜନୀ ନାୟକ ଏହି ଚଡାଉରେ ଅବକାରୀ ବିଭାଗ ର କିଶ୍ୱର ଘଡେଇ, ଶମ୍ଭୁ ଶଙ୍କର ଜେନା, ପ୍ରଭାତ ନଗବଂଶ, ହରପ୍ରିୟା ଦେବୀ ଅଂଶ ଗ୍ରହଣ କରି ଥିଲେ।

LEAVE A REPLY

Please enter your comment!
Please enter your name here