ଅଜଣା ଗାଡି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

0
337

ବ୍ରହ୍ମପୁର : ଗତ ଅକ୍ଟୋବର ୧୦ ତାରିଖ ପୁରୁଷୋତ୍ତମ ବ୍ଲକ ଅନ୍ତର୍ଗତ ଭାଟକୁମରଡା ମେଡ଼ିକାଲ ନିକଟରେ ଜଣେ ବାଇକ ଚାଳକଙ୍କୁ ଅନ୍ୟ ଏକ ଅଜଣା ଗାଡି ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡିଛିଯେ ଅକ୍ଟୋବର ୧୦ ତାରିଖ ଦିନ ଚାଙ୍ଗୁଡିପଦର ନୂଆଗାଁ ଗ୍ରାମର ରମେଶ ଚନ୍ଦ୍ର ପାଣିଗ୍ରାହୀ (୫୧) ନିଜ ଗ୍ରାମରୁ ବାଇକ ଯୋଗେ ବ୍ରହ୍ମପୁର ଯାଉଥିଲେ। ବାଇକରେ ଯିବା ସମୟରେ ଭାଟକୁମରଡା ମେଡ଼ିକାଲ ନିକଟରେ ଅନ୍ୟ ଏକ ମଟରସାଇକେଲ ରମେଶଙ୍କ ବାଇକକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଦ୍ରୁତ ଗତିରେ ଚାଲି ଯାଇଥିଲେ। ଗାଡିକୁ ଧକ୍କା ହେବାରୁ ରମେଶ ଭାରସାମ୍ୟ ହରାଇ ତଳେ ପଡି ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକମାନେ ଆହତ ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସଙ୍ଗେ ସଙ୍ଗେ ଭାଟକୁମରଡା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବ୍ରହ୍ମପୁର ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରୁତର ରମେଶଙ୍କୁ ଭୁବନେଶ୍ୱର ଏମ୍ସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସ ହସପିଟାଲରୁ ଭୁବନେଶ୍ୱର ସମ ହସପିଟାଲକୁ ନେଇ ଅପରେସନ କରାଯାଇଥିଲା। ସମସ୍ତ ଚେଷ୍ଟା ସ୍ଵତ୍ତ୍ୱେ ରମେଶଙ୍କ ଜୀବନ ରକ୍ଷା ହୋଇପାରି ନଥିଲା। ଜୀବନ ସହ ସଂଘର୍ଷ କରି ଶେଷରେ ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରାଣବାୟୁ ଚାଲିଯାଇଥିଲା।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here