ବିଦ୍ୟାଳୟ କତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଅଭିଭାବକ ଅସନ୍ତୋଷ

0
295

ବ୍ରହ୍ମପୁର(ଲଲାଟେନ୍ଦୁ ଚୌଧୁରୀ)ଅନଲାଇନରେ ପାଠ ପଢାଉଛୁ କହି ଟଙ୍କା ଲୁଟୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ । ଅନଲାଇନରେ କିଭଳି ଭାବେ ପାଠପଢା ଯାଉଛି ଆପଣମାନେ ଶୁଣିଲେ କିମ୍ବା ଦେଖିଲେ ଆଶ୍ଚର୍ଯ୍ୟ ହେବେ । ପ୍ରଥମେ କ୍ଲାସକୁ ନେଇ ଏକବ୍ ଗ୍ରୁପ୍ କରାଯାଉଛି । ପାସ୍-ଆଉଟ୍ ପିଲାଙ୍କ ଖାତାରୁ ଫଟୋ ଉଠାଇ ଉକ୍ତ ଗ୍ରୁପରେ ଫରୱାର୍ଡ କରୁଛନ୍ତି ଶିକ୍ଷକ । କେବଳ ସେତିକି ନୁହେଁ ୟୁଟୁବରେ ଭିଡିଓ ପଠାଇ ଅନଲାଇନରେ ପାଠପଢାଉଛୁନ୍ତି କହି ଟଙ୍କା ଲୁଟୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସ୍ଥିତ ହିଲପାଟଣା ଏମଏଭି ସ୍କୁଲରେ । ଫିଜ୍ ସେପ୍ଟେମ୍ବର ମାସ ୩୦ ସୁଦ୍ଧା ନବାନ୍ଧିଲେ ରେଜିଷ୍ଟରରେ ନାମ କଟାଯିବା ସହ ଆଗାମୀ ଅକ୍ଟୋବର ମାସ ୫ ତାରିଖରେ ହେବାକୁ ଥିବା ଅନଲାଇନ ପରୀକ୍ଷାରେ ସାମିଲ କରାଯିବ ନାହିଁ ବୋଲି ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । କେବଳ ସେତିକି ନୁହେଁ ଫିଜ୍ ୩୦ ତାରିଖ ପୂର୍ବରୁ ଛାତ୍ର ଜଣଙ୍କ ନାମ ରେଜିଷ୍ଟରରୁ କଟା ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଅଷ୍ଟମ ଶ୍ରେଣୀ ଛାତ୍ରଟି ମାନସିକ ଚାପରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ବାପାଙ୍କୁ ସ୍କୁଲ ପ୍ରଧାନ ଶିକ୍ଷକ ପୁରା ଫି ଦେବାକୁ ବାଧ୍ୟ କରିବାରୁ ସେ ଅସହାୟ ବାପାଟି ଉଦ୍ଧାର ଆଣି ୧୦,୮୨୦/- ସ୍କୁଲ ଫି ଭୋରିଥିଲେ । ବର୍ତମାନ ପରିସ୍ଥିତି ଖରାପ ଥିବାରୁ ତ୍ରିମାସ ଫି ରଖି ଜମା କରିଥିବା ୭୮୨୦ ଟଙ୍କା ଫେରସ୍ତ କରିବାକୁ ସ୍କୁଲ ଅଧ୍ୟକ୍ଷଙ୍କୁ କହିଥିଲେ । ସ୍କୁଲ ଅଧ୍ୟକ୍ଷ ରାଜି ନହୋଇ ଅପବ୍ୟବହାର ସାମ୍ବାଦିକଙ୍କୁ କରିଥିବା ଅଭିଯୋଗ ହୋଇଛି । ଏନେଇ କିଛି ସମ୍ବାଦଦାତାଙ୍କ ସହ ଅଭିଭାବକ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହିପରି କୋଠିନ ପରିସ୍ଥିତି ସମୟରେ ଏବଂ ଅଭିଭାବକଙ୍କୁ କୌଣସି ଆଗୁଆ ସୂଚନା ନଥାଇ ବିଦ୍ୟାଳୟ କତୃପକ୍ଷଙ୍କ ମନମୁଖୀ କାରବାରକୁ ବିଭିନ୍ନ ମୋହଲରୁ ଦୃଢ ନିନ୍ଦା କରାଯାଇଛି। ଶିକ୍ଷାଧିକାର ନିୟମ ଓ କୋଭିଡ଼ ନିୟମ ଅନୁଯାୟୀ କୌଣସି ଛାତ୍ର ଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକଙ୍କ ଅଜ୍ଞତାରେ ସେମାନଙ୍କ ନାମ ବିଦ୍ୟାଳୟ ରେଜିଷ୍ଟରରୁ ବାଦ୍ ଦିଆଯିବ ନାହିଁ । କିନ୍ତୁ ବିଦ୍ୟାଳୟ କତୃପକ୍ଷ କୌଣସି ଆଗୁଆ ସୂଚନା ନଥାଇ ଓ ଯେଉଁମାନେ ବିଦ୍ୟାଳୟର ମନମୁଖୀ କାର୍ଯ୍ୟକୁ ବିରୋଧ କରିଥାନ୍ତି ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଏଭଳି ମାନସିକ ସ୍ତରରେ ନିର୍ଯ୍ଯାତନା ଦେଉଥିବା ଅଭିଯୋଗ ମିଳୁଛି।

LEAVE A REPLY

Please enter your comment!
Please enter your name here