ଆବାସ ଯୋଜନାରୁ ବଞ୍ଚିତ ଅସହାୟ ମହିଳା

0
295

ବେଲଗୁଣ୍ଠା(ଶିବରାମ ଚୌଧୁରୀ) କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଲୋକଙ୍କୁ ପକ୍କା ଘର ଯୋଗାଉ ଥିବାବେଳେ ଆଜିବି ଘର ଖଣ୍ଡିଏ ପାଇଁ ପଂଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୋୖଡୁଛନ୍ତି ଅସହାୟ ବିଧବା ମହିଳା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ କ୍ଷତ୍ରିୟବରପୁର ପଂଚାୟତ ର କ୍ଷତ୍ରିୟବରପୁର ଗ୍ରାମରେ ବସବାସ କରନ୍ତି ସୁସମା ମୁନିଙ୍କ ପରିବାର ଦୁଇ କୁନିକୁନି ଝିଅ କୁ ନେଇ ରହୁଛନ୍ତି କୁଡ଼ିଆ ଘରେ ସୁସମା ହେଲେ ୟାଙ୍କର ବି ହସଖୁସିର ପରିବାର ଥିଲା ସ୍ଵାମୀ ସୁରେନ୍ଦ୍ର ମୁନି ମଜୁରୀ ଖଟି ଯେଉଁ ଦୁଇ ପଇସା ଆଣୁଥିଲେ ସେଥିରେ ହସଖୁସିରେ ପରିବାର ଗୁଜୁରାଣ ହୋଇଯାଉଥିଲା ଆଜକୁ ତିନି ବର୍ଷ ହେଲା ସୁରେନ୍ଦ୍ର ମୁନି ଙ୍କ ମୃତ୍ୟୁ ହୋଇଯାଇଛି ତାପରେ ସୁଷମା ଙ୍କ ଜୀବନରେ ଦୁଖଃ ର ପାହାଡ଼ ମାଡିଆସିଲା କିପରି ଏହି ଦୁଇ ଝିଅ କୁ ଖୁଆଇ ପିଆଇ ମଣିଷ କରିବେ ତା ସହିତ ପାଠ ପଢ଼ାଇବେ ନିଜର ଆଖିର ଲୁହକୁ ଆଖିରେ ଲୁଚାଇ ଗ୍ରାମରେ ରେ ବାସନ ମାଜି ଯାହାମିଳେ ସେତିକିରେ କର୍ମକୁ ଆଦରି ଚଳୁଛନ୍ତି ହେଲେ ରାସନ ମିଳୁଛି ଭତ୍ତା ମଧ୍ୟ ମିଳୁଛି କିନ୍ତୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି ସୁଷମା ପଞ୍ଚାୟତ ଠାରୁ ବ୍ଲକ ସବୁଠିକୁ ଦୌଡିଲେଣି ହେଲେ ସୁଫଳ ମିଳୁନାହିଁ ଖାଲି ମିଳିବ ମିଳିବ କହି ଆଶ୍ୱାସନା ଦେଇଚାଲିଛନ୍ତି ତୁରନ୍ତ ଏହି ଅସହାୟ ବିଧବା ମହିଳାଙ୍କୁ ଘର ଖଣ୍ଡିଏ ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here