ଆସ୍କା ପୋଲିସ ପକ୍ଷରୁ ଚଢ଼ାଉ; ୬୨୦ ଲିଟର ମଦ ଜବତ ସହ ୧୩ ଗିରଫ

0
314

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲା ଆସିକା ପୋଲିସ୍ ପକ୍ଷରୁ ନିକଟସ୍ଥ କାଳଷଣ୍ଢପୁର,ଢୁଙ୍କୁଣୀ,ଶାହାପୁର ଏବଂ ଜୟପୁର ଅଞ୍ଚଳରେ ଚଢ଼ାଉ କରାଯାଇ ୬୨୦ ଲିଟର ଆଇଡି ଲିକ୍ୟୁୟେର୍ ଜବତ କରିବା ଓ ୨୦୦୦ ଲିଟର ପୋଚ ନଷ୍ଟ କରାଯାଇଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ୧୩ଜଣଙ୍କୁ ଆସିକା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ବ୍ୟକ୍ତି ମାନେ ହେଲେ ଜି.ଦାମୋଦର ପଲ୍ଲୀ ଗ୍ରାମର ଡ଼ି ଗୋପୀ, ଜଗନ୍ନାଥ ପଲ୍ଲୀ ଗ୍ରାମର ଏ. ମୁରଲୀ, ଧୂଁକୁଣି ଗ୍ରାମର ପି. ଗୋପାଳ, ଏ.ବାବୁ, ଏ.ରବି, ଏମ.ନଈନା, କରନା ଦାସ, ଯାଜପୁର ରୋଡ଼ ସ୍ଥିତ ଶିବ କୁସୁମ,ସାହାପୁର ଗ୍ରାମର କରନା ରାଓ, ଏ. ଦଣ୍ଡ, ଛତାପଡିଆ ଗ୍ରାମର ନରସିଂମା ଦାସ, କରତାଳି ଏରୁଗୁଳା କ୍ୟାମ୍ପ ର ଏ. ଶଙ୍କର, ଜୟପୁର ଗ୍ରାମର ରବୀନ୍ଦ୍ର ଦାସ ପ୍ରମୁଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି |ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here