ତହସିଲଦାର ଓ ସରପଞ୍ଚ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ

0
378

ବୁଗୁଡା(ଅନିଲ କୁମାର ମହାରଣା): ଗତ ମଇ ୩୧ ତାରିଖରେ ବୁଗୁଡା ବଳଦେବ ଜୀଉ ମନ୍ଦିର କଲ୍ୟାଣି ମଣ୍ଡପରେ ସାମ୍ବାଦିକ ତ୍ରିଲୋଚନ ପଣ୍ଡା, ନିଜ ଜନ୍ମ ଦିବସରେ ବୁଗୁଡା ବ୍ଲକ ଓ ସହରର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ସମ୍ବର୍ଦ୍ଧନା ଉତ୍ସବରେ କରୋନା ଯୋଦ୍ଧାଙ୍କ ମଧ୍ୟରୁ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେହି କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିଲେ। ଏଣୁ ଜୁନ ୮ ତାରିଖରେ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ସମ୍ପାଦକ ତ୍ରିଲୋଚନ ପଣ୍ଡା, ଉପଦେଷ୍ଟା ବଂଶୀଧର ନାୟକ,ବୁଗୁଡା ଏନଏସିର ପୁର୍ବତନ କାଉନସିଲର ଶରତ ଚନ୍ଦ୍ର ମହାରଣା, ଆଡଭୋକେଟ ହରପ୍ରସାଦ ଦାଶ ପ୍ରମୁଖ ବୁଗୁଡା ତହସିଲଦାର ଶ୍ରୀ ଜେନାଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରି ଥିବା ବେଳେ ମାଣିତରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଶ୍ରୀମତୀ ନାୟକଙ୍କୁ ମଧ୍ୟ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here