ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

0
296

ଗାଙ୍ଗପୁର(ଶିବରାମ ଚୌଧୁରୀ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୧୫୧ତମ ଗାନ୍ଧୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି I ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କ ସଭାପତିତ୍ଵରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇ ଦେଇଥିଲେ I ପ୍ରଦୀପ ପ୍ରଜ୍ଵଳନ ପରେ ଅତିଥିମାନଙ୍କ ଦ୍ଵାରା ଗାନ୍ଧୀଜୀଙ୍କର ସ୍ମୃତି ଚାରଣ କରାଯାଇଥିଲା I ବିଦ୍ୟାଳୟ ପରିସରରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ସହ ବୃକ୍ଷରୋପଣ କରାଯାଇଥିଲା I ବୈଠକରେ ଶ୍ୟାମ ଘନ ଗୌଡ଼ ବେଦ ମନ୍ତ୍ର ପାଠ କରିଥିଲେ I ସଭା ଶେଷରେ ଜୟରାମ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ I

LEAVE A REPLY

Please enter your comment!
Please enter your name here