ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ବଡ ଖଇରୀଖମା ପଞ୍ଚାୟତରେ ଗ୍ରାମସଭା

0
379

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବଡ ଖଇରୀଖମା ପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଶୁକ୍ରବାର ଦିନ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ସରପଞ୍ଚ ଶ୍ରୀମତୀ ମିନତୀ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା ହେବାସହ ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା l ଏହାସହ କୋଭିଡ-19 ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ଏହାକୁ ରୋକିବା ପାଇଁ ପଞ୍ଚାୟତ ସ୍ତରରେ ସମସ୍ତଙ୍କ ଭୂମିକା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ସମେତ ନାଏବ ସରପଞ୍ଚ, ଭି ଏଲ ଡବ୍ଲୁ ସୁରେନ୍ଦ୍ର ସେଠୀ, ଜି ଆର ଏସ ସୁଶୀଲ ମହାନ୍ତି, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବାରିକ, ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନବାଡି କର୍ମୀ, ସି ଆର ପି ଏବଂ ପିଅନ ସୁକାନ୍ତ ଡାକୁଆ ଓ ଅନ୍ୟମାନେ ଯୋଗଦେଇଥିଲେ l 

LEAVE A REPLY

Please enter your comment!
Please enter your name here