“ଘୁମୁସର ର ସ୍ୱର” ପକ୍ଷରୁ ୯୦ ତମ ସାହିତ୍ୟ ଆଲୋଚନା ଚକ୍ର

0
310

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକର ବାଲିପଦରରେ ପ୍ରତିଷ୍ଠିତ ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର” ପକ୍ଷରୁ ଅକ୍ଟୋବର ୧ ତାରିଖ ଭାଦ୍ରବ ମଳମାସ ପୂର୍ଣ୍ଣିମା ଦିନ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ସଭାପତି ତଥା ବାଲିପଦର କଲେଜ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଏହି ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜି.ରାଜେଶ୍ୱର ପାତ୍ର, କୈଳାଶ ଚନ୍ଦ୍ର ପ୍ରଧାନ, ଖଲି ପରିଡା, ରାଜେନ୍ଦ୍ର କୁମାର ପଣ୍ଡା, ସୂର୍ଯ୍ୟକାନ୍ତ ସାମନ୍ତରା, ଉମା ଶଙ୍କର ନାୟକ, ଜନାର୍ଦ୍ଦନ ସ୍ଵାଇଁ ପ୍ରମୁଖ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ। ଶେଷରେ ସଂଗଠନର ସମ୍ପାଦକ ରତ୍ନାକର ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here