ଭଞ୍ଜନଗର ବ୍ଲକ ପ୍ରଶାସନର ନିଆରା ପଦକ୍ଷେପ କଣ୍ଢେଇ ନୃତ୍ୟ ମାଧ୍ୟମରେ କରୋନା ସଚେତନତା

0
374

ଭଞ୍ଜନଗର(ନିଲୁ ବିଷୋୟୀ)ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଓ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ଗଂଜାମ ଜିଲ୍ଲା କୋଭିଡ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାରେ କୋରନା ସଂକ୍ରମଣ ସଂଖ୍ୟାରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୨୪ ତାରିଖରୁ ଅକ୍ଟୋବର ୧ ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲlଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ସବୁ ଅଂଚଳରେ ବିଭିନ୍ନ ପ୍ରକାରର ନୂତ୍ୟ ପରିବେଷଣ କରାଯାଇ ଜନସାଧାରଣଙ୍କୁ କୋରନା ସଚେତନତା ର ବାର୍ତା ଦିଆଯାଇଛି। ସେହିପରି ଭଞ୍ଜନଗର ବ୍ଲକ ପ୍ରଶାସନ ତରଫରୁ ବାଉଁଶଲୁଣ୍ଡି ପଂଚାୟତ, ସାନକୋଦଣ୍ଡା ପଞ୍ଚାୟତର ଯୋଗୀମାରି ଆଦି ବିଭିନ୍ନ ଗ୍ରାମରେ କଣ୍ଢେଇ ନୂତ୍ୟ ପରିବେଷଣ କରାଯାଇ ସମସ୍ତ ଗ୍ରାମବାସୀ ଙ୍କୁ କୋରନା ସଚେତନତା ର ବାର୍ତା ଦିଆଯାଇଛି । କୋଭିଡ଼ ସପ୍ତାହ ନିମନ୍ତେ ଭଞ୍ଜନଗର ବ୍ଲକ ପ୍ରଶାସନର ଏଭଳି ନିଆରା ପଦକ୍ଷେପ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି

LEAVE A REPLY

Please enter your comment!
Please enter your name here