ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଭଞ୍ଜନଗରର ସୁରଜ

0
512

ଭଞ୍ଜନଗର(ନିଲୁ ବିଷୋୟୀ)ରକ୍ତଦାନ କରି ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଭଞ୍ଜନଗର ପୁରୁଣା ବଜାର ସାହିର ସୁରଜ ବେହେରା। ସୋରଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ସିଙ୍ଗାପୁର ଗ୍ରାମର ଟିଟୁ ଗୌଡ଼ ଙ୍କ ସ୍ତ୍ରୀ ମମତା ଗୌଡ଼ ଏକ ସପ୍ତାହ ତଳେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । କୌଣସି କାରଣରୁ ଗତ ସୋମବାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସୋରଡା ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥବସ୍ତା ଯାଂଚ ପରେ ହିମୋଗ୍ଲୋବିନ୍ ୩ ରହିଥିବାରୁ ତାଙ୍କୁ ଭଞ୍ଜନଗରର ଉପଖଣ୍ଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା। ଭଞ୍ଜନଗର ମେଡ଼ିକାଲରେ ଜଣେ ଯୁବକ ରକ୍ତଦାନ କରିବାରୁ ମମତାଙ୍କୁ ତୁରନ୍ତ ଉକ୍ତ ରକ୍ତ ଦିଆଯାଇଥିଲା। ମାତ୍ର ଆହୁରି ୩ ପ୍ୟାକେଜ ରକ୍ତ ଆବଶ୍ୟକ ଥିଲା। ବୁଧବାର ସୁରଜ ଓ ତାଙ୍କ ସାଙ୍ଗ ଚିନୁ ଭଞ୍ଜନଗର ମେଡିକାଲ ନିକଟ ଏକ ମେଡ଼ିସିନ ଷ୍ଟୋରକୁ ମାସ୍କ କିଣିବାକୁ ଯାଇଥିବା ବେଳେ ପ୍ରସୂତିଙ୍କ ସ୍ୱାମୀ ଟିଟୁ ରକ୍ତ ଆବଶ୍ୟକତା ଥିବା ଜଣେ ବ୍ୟକ୍ତି ଙ୍କ ସହ କଥା ହେଉଥିବା ବେଳେ ସୁରଜ ଏହା ଶୁଣି ସାଙ୍ଗ ଚିନୁ ସହ ଯାଇ ଭଞ୍ଜନଗର ଓଡ଼ିଶା ରକ୍ତ ଭଣ୍ଡାରରେ ତୁରନ୍ତ ରକ୍ତଦାନ କରିଥିଲେ

LEAVE A REPLY

Please enter your comment!
Please enter your name here