ସିସିଟିଭି କ୍ୟାମେରାରେ କଏଦ ହେଲା ଚୋରୀ; ୨ ଗିରଫ

0
440

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗାନ୍ଧିନଗର ମୋତି ହୋଟେଲ ସମ୍ମୁଖରୁ ଓରଟେଲର ବେଟେରୀ ଓ ଅନ୍ୟ ବୈଦୁତିକ ସଂରଜାମ ଚୋରୀ ସିସିଟିଭି କ୍ୟାମେରାରେ କଏଦ ହେଲା । ଚୋରୀ କରିଥିବା ଚୋର ହେଉଛନ୍ତି ଓରଟେଲର ଅଟୋ ଚାଳକ ଓ ପୂର୍ବତନ କର୍ମଚାରୀ,ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ।
ଟାଉନ ଥାନା ଅନ୍ତର୍ଗତ ମୋତି ହୋଟେଲ ସାମନାରେ ଥିବା ଏକ ଖୁଣ୍ଟରୁ ଓରଟେଲର ବ୍ୟାଟେରି ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ଟାଉନ ଥାନା ପୋଲିସ ଖୋଜାଖୋଜି କରିଥିଲା। ନିକଟରେ ଲାଗିଥିବା ସିସିଟିଭି ଫୁଟେଜରେ ଧରପଡିଥିଲେ ଚୋର। ସେଥିରୁ ଜଣେ ଓରଟେଲର ବର୍ତ୍ତମାନର ଅଟୋ ଚାଳକ ବିଜୟ ଗୁପ୍ତା ଓ ଅନ୍ୟଜଣେ ଓରଟେଲର ପୁର୍ବତନ କର୍ମଚୀରୀ ଭାସ୍କର ସାହୁ। ଏମାନଙ୍କ ଠାରୁ ଉକ୍ତ ବ୍ୟାଟେରୀ ସମେତ ବହୁ ସାମଗ୍ରୀ ଜବତ କରିଛି ପୋଲିସ। ଏ ନେଇ ଥାନାରେ ୧୭୬/୨୦ରେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here