ଅଲ ଇଣ୍ଡିଆ କ୍ରାନ୍ତିକାରୀ କୃଷକ ସଭା, ଆସିକା ପକ୍ଷରୁ କୃଷି ବିଲକୁ ବିରୋଧ କରି ରାଲି

0
307

ଆସିକା(ଜଗନ ପଣ୍ଡା) ଆସିକା ବିଜୁପଟନାୟକ ଛକ ନିକଟରେ ଅଲ ଇଣ୍ଡିଆ କ୍ରାନ୍ତି କାରୀ କୃଷକ ସଭା, ଆସିକା ପକ୍ଷରୁ କୃଷି ମାରଣନିତୀ କୁ ସମାଲୋଚନା କରାଯାଇଥିଲା। ତୁରନ୍ତ କେନ୍ଦ୍ର ସରକାର ତିନୋଟି କୃଷି ଏବଂ କୃଷକ ବିରୋଧୀ ବିଲକୁ ରଦ୍ଦ କରିବା,ନୂତନ ବିଦ୍ୟୁତ ବିଲ-୨୦୨୦ ପ୍ରତ୍ୟାହାର କରିବା,ଡିଜେଲ ବର୍ଦ୍ଧିତ ମୂଲ୍ୟ ପ୍ରତିହାର କରିବା,ପରିବେଶ ପ୍ରଭାଵ ଜନିତ ଆକଳନ ବିଜ୍ଞପ୍ତି କୁ ରଦ୍ଦ କରିବା,ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ,ଅଣ୍ଡା ଏବଂଖାଦ୍ୟଦ୍ରବ୍ୟ ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କୁ ରଦ୍ଦ କରିବା ଇତ୍ୟାଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ଏକ ଘଣ୍ଟା କାଳ ରାସ୍ତା ରୋକ ଏବଂ ବିକ୍ଷୋଭ ଫଳରେ ଯାନବାହନ ଚଳାଚଳ ରେ ବ୍ୟାଘାତ ସୃଷ୍ଟି ହୋଇଥିଲା।ତହସିଲଦାର ଓ ପୋଲିସ ପହଞ୍ଚିବା ପରେ ବିକ୍ଷୋଭ ଓ ରାସ୍ତାରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here