କେନ୍ଦ୍ର ସରକାରଙ୍କ ବିରୋଧରେ ଋଷିକୁଲ୍ୟା ରୟତ ମହାସଭାର ରାଷ୍ଟ୍ରପତିଙ୍କୁ ଦାବୀ ପତ୍ର

0
312

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) କେନ୍ଦ୍ର ସରକାରଙ୍କ ଆଗତ କୃଷି ବିଲ ଅଧ୍ୟାଦେଶ ବିରୁଦ୍ଧରେ ଆଜି ବେଗୁନିଆପଡା ଋଷିକୂଲ୍ୟ ରୟତ ମହାସଭା ପକ୍ଷରୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ମହାସଭାର ବେଗୁନିଆପଡା ବ୍ଲକ ସମ୍ପାଦକ ଭାସ୍କର ନାୟକ ନେତୃତ୍ୱରେ 60 ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଚାଷୀ ବ୍ଲକ ଠାରେ ପହଂଚି ବି ଡ଼ି ଓ ଙ୍କ ଅନୁପସ୍ଥିତି ରେ ବରିଷ୍ଠ କିରାଣୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଟ୍ଟନାୟକଙ୍କ ଜରିଆରେ ତିନି ଦଫା ଦାବୀ ସମ୍ବଳିତ ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଧେଶ୍ୟ ରେ ଦିଆଯାଇଥିଲା |ଗଞ୍ଜାମ ରେ ମଣ୍ଡି ମାଧ୍ୟମରେ ଧାନ କ୍ରୟ, ଧାନ କୁଇଣ୍ଟାଲ ପିଛା 3000ଟଙ୍କା କୁ ବୃଦ୍ଧି, ଭାଗ ଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦେଇ ସରକାରୀ ସୁବିଧା ଯୋଗାଇଦେବା,ଅତ୍ୟାଵଷିକ ସାମଗ୍ରୀ ସରକାର ଙ୍କ ନିୟନ୍ତ୍ରଣରେ ରଖିବା ଓ କଳାବଜାରୀ ବେପାରୀ ମାନଙ୍କ ଖାଉଟି ଶୋଷଣ ନୀତି ବିରୁଦ୍ଧ ଦୃଢ ପଦକ୍ଷେପ ନେବା ପାଇଁ ଦାବୀ ପତ୍ରରେ ଉଲେଖ ରହିଛି |ଦାବୀ ପତ୍ର ପ୍ରଦାନ ବେଳେ ମହିଳା ବିଜୁ କୃଷକ କଲ୍ୟାଣ ସଂଗଠନର ସଭାନେତ୍ରୀ ନଳିନୀ ନାୟକ, ସମ୍ପାଦିକା ବବିତା ଗୌଡ଼ ଓ ଋଷିକୂଲ୍ୟା ରୟତ ମହାସଭାର ଶାଖା ଉପସଭାପତି ଗଦାଧର ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here