ଜାତୀୟ ସେବା ଯୋଜନା ଦିବସ ପାଳିତ

0
367

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଆଞ୍ଚଳିକ ମହାବିଦ୍ୟାଳୟ, ଜଗନ୍ନାଥ ପ୍ରସାଦ ଜାତୀୟ ସେବା ଯୋଜନା ଶାଖା-୧ ତରଫରୁ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି।  ସ୍ଵେଚ୍ଛାସେବୀ ଓ ମହାବିଦ୍ୟାଳୟ କର୍ମଚାରୀ ମାନେ ସାମାଜିକ ଦୂରତା ଓ ମାକ୍ସ ପିନ୍ଧି କୋଭିଡ୍ ନିୟମ ମାନି ପତକା ପିଠ ନିକଟରେ ଉପସ୍ଥିତ ହୋଇଥିଲେ। ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜୟ ଦେବ ଗୌଡ ଜାତୀୟ ସେବା ଯୋଜନା ପତାକା ଉତ୍ତୋଳନ କରିବା ସହିତ ସ୍ବେଛାସେବୀ ମାନଙ୍କୁ ଶପଥ ପାଠ କରାଇଥିଲେ। ଏହାପରେ ପତାକା ପିଠ ନିକଟରେ ଏକ ସଚେତନତା ସଭା ହୋଇଥିଲା। ଏହି ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜୟ ଦେବ ଗୌଡ ସଭାପତିତ୍ବ କରିଥିବା ବେଳେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ପ୍ରାଧ୍ୟାପକ ଲୋକନାଥ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଉକ୍ତ ଦିବସର ଉଦ୍ଦେଶ୍ଯ ଓ ଆଭିମୁଖ୍ୟ ସମ୍ପର୍କରେ ବୁଝାଇ ଥିଲେ। ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୁନିଲ କୁମାର ମୁନି, ପ୍ରାକ୍ତନ ଯୋଜନା ଅଧିକାରୀ ଯୋଗ ଦେଇ ସ୍ଵେଚ୍ଛାସେବୀ ମାନଙ୍କୁ ନିଜର ଅତୀତର ସମାଜ ସେବା ଅନୁଭୂତି ବିଷୟରେ ବାଖ୍ୟା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁନିର କାନ୍ତ ମିଶ୍ର ପରିଚାଳନା କରିଥିଲେ। ଶେଷରେ ସରୋଜ କୁମାର ନାୟକ, ପୁରାତନ ସ୍ଵେଚ୍ଛାସେବୀ ତଥା ମହାବିଦ୍ୟାଳୟ ଡି.ଇ.ଓ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ଚନ୍ଦନ ବିଶ୍ଵାଳ, ଗୋପାଳ ନାୟକ, ବିଶ୍ଵ ଭୂଷଣ ସାହୁ, ନନ୍ଦନ ବିଶ୍ଵାଳ, ଫକୀର ମୋହନ ସେନାପତି ଓ ଅଶୋକ ବାରିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here