ନୂଆ ଗାଁ ନଦୀ ନିକଟରେ କାର ଦୁର୍ଘଟଣା , ବଞ୍ଚିଗଲା ୨ ଜୀବନ

0
909

ଭଞ୍ଜନଗର(ନିଲୁ ବିଷୋୟୀ)ଜଗନ୍ନାଥପ୍ରସାଦ ରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର ନୁଆଗାଁ ବ୍ରିଜ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି । କାରଟି ଦୃତଗତିରେ ଯାଉଥିବା ବେଳେ ଆଗ ଚକଟି ଫାଟିଯାଇଥିବା କାରଣରୁ ଗାଡିଟି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏଥିରେ ବସିଥିବା ପ୍ରଦୀପ୍ତ କୁମାର ପ୍ରଧାନ ଙ୍କ କହିବା ପ୍ରକାରେ ସେ ବୁଡୁରଙ୍ଗର ଧୋଡାପଲ୍ଲୀ ଗାଁ ରୁ ଭଞ୍ଜନଗର ନିକଟସ୍ଥ କଣ୍ଟେଇପଲ୍ଲୀ ଯାଉଥିବା ସମୟରେ । ଗାଡିଟି ଖୁବ ଦୃତ ଗତିରେ ଯାଉଥିଲା ସେ ବାରମ୍ବାର ସ୍ଳୋ କରିବାକୁ କହୁଥିବା ବେଳେ ଏଠାରେ ଗାଡିଟି ସାପ ଖେଳିବା ଭଳି ହୋଇ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ପ୍ରକାରଜ କାରଟି ଓଲଟି ପୁଣି ସିଧା ହୋଇ ରାସ୍ତାରେ ଠିଆ ହୋଇ ପଡିଥିଲା । କାହାର କୈଣସି ମାଡ ହୋଇନଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here