ସରପଞ୍ଚ ଅନାସ୍ଥା ପ୍ରସ୍ତାବର ଦସ୍ତଖତ ଯାଞ୍ଚ କଲେ ବ୍ଲକ ପଞ୍ଚାୟତ ଅଧିକାରୀ

0
325

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ବିକାଶ ତଥା ପଞ୍ଚାୟତର ଉନ୍ନତି ପାଇଁ ସାଧାରଣ ଜନତା ନିର୍ବାଚନ କରି ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କୁ ଚୟନ କରିଥାନ୍ତି । କିନ୍ତୁ ଉକ୍ତ ପାର୍ଥୀ ବିଜୟ ହେବା ପରେ ଜନତାଙ୍କ ମଙ୍ଗଳ ଓ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ଦେଇଥିବା ପ୍ରତିଶୃତି ଭୁଲି ବ୍ୟକ୍ତିଗତ ଉନ୍ନତି ପଛରେ ଲାଗିଯାନ୍ତି ।ଏଥିରେ କିଛି ଖଣ୍ଡି ରାଜେନେତା ନିଜ ସ୍ୱାର୍ଥ ପାଇଁ ଫାଟ ସୃଷ୍ଟି କରିଥାନ୍ତି । ପୂର୍ବରୁ ମୋହନା ବ୍ଲକର କଟାମା ପଞ୍ଚାୟତ ସରପଞ୍ଚ ରୀନା ପ୍ରଧାନ ଦୁଇବର୍ଷ ପାଞ୍ଚ ମାସ ଦାୟିତ୍ୱ ତୁଲାଇବା ପରେ ତାଙ୍କ ପଞ୍ଚାୟତ ୱାର୍ଡର ସଭ୍ୟସଭ୍ୟା ଅନସ୍ଥା ପ୍ରସ୍ତାବ ଆଣିଥିଲେ । ସେପରି ନୂତନ ପଞ୍ଚାୟତ ଲିଲିଗଡ଼ ସରପଞ୍ଚଙ୍କୁ ମଧ୍ୟ ଅନସ୍ଥା ପ୍ରସ୍ତାବ ପାଇଁ କିଛି ଖଳ
ପ୍ରକୃତି ଲୋକେ ଷଡଯନ୍ତ୍ର କରିଥିଲେ । କିନ୍ତୁ କିଛି କରିପାରିଲେ ନାହିଁ । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକ ଆଲିଗଣ୍ଡା ପଞ୍ଚାୟତରେ, ଏଠାରେ ୧୨ଟି ୱାର୍ଡ ଥିବା ବେଳେ ସେଥି ମଧ୍ୟରୁ ୧୦ଜଣ ୱାର୍ଡ ସଭ୍ୟସଭ୍ୟା ସରପଞ୍ଚଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ଲିଖିତ ଅଭିଯୋଗ ଉପ ଜିଲ୍ଲାପାଳଙ୍କ ନିକଟକୁ ପଠାଇଥିଲେ । ଏଥିରେ ଉଲ୍ଲେଖ ଥିଲା ସରପଞ୍ଚ ବସନ୍ତ ମଲିକ ଆଜିକୁ ତିନି ବର୍ଷ ବିତିଗଲାଣି କିନ୍ତୁ ୱାର୍ଡର ସଭ୍ୟମାନଙ୍କୁ ଡ଼ାକି କୌଣସି ପଞ୍ଚାୟତ ବୈଠକ କରିନାହାନ୍ତି। ଯଦି ବା ଦୁଇ ତିନି ଥର କରିଛନ୍ତି ସେଇ ବୈଠକରେ ମଦ୍ୟପାନ କରି ଆସିଥାନ୍ତି । କୋୖଣସି ଉନ୍ନତିମୂଳକ କାମରେ ୱାର୍ଡ ସଭ୍ୟମାନଙ୍କୁ ନ ଜଣାଇ ନିଜ ଇଚ୍ଛାରେ କରିଚାଲିଛନ୍ତି । ପଞ୍ଚାୟତକୁ ଆସିଥିବା ଉନ୍ନତି ମୂଳକ କାମ ପଞ୍ଚାୟତବାସୀକୁ ନ ଦେଇ ବାହାର ଲୋକଙ୍କୁ ଦେଉଛନ୍ତି,ଯାହାକି ନିମ୍ନମାନର ନିର୍ମାଣକାର୍ଯ୍ୟ ହୋଇଛି। କରୋନା ମହାମାରୀ ସମୟରେ ଆସିଥିବା ଭତ୍ତା ଟଙ୍କା ମିଳିଥିବା ଅଧିକାରୀଙ୍କ ବେଙ୍କ ଖାତା ମାଗି ସେଥିରୁ ୧୫୦୦ଟଙ୍କା ଉଠେଇ ନେଇଥିବା ଦେଖା ଯାଇଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧାରୀଙ୍କୁ ଦେବା ପାଇଁ ୨୦ହଜାରରୁ ୧୦ହଜାର ମାଗିଥାନ୍ତି । ଏପରିକି ମଦ୍ୟପାନକରି ପ୍ରତ୍ୟେକ ଦିନ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଅଭଦ୍ର ଭାଷାରେ ଗାଳି କରିବା ସହ ସମସ୍ତଙ୍କ ସାମ୍ନାରେ ପରିସ୍ରା କରନ୍ତି । କରୋନା ସମୟରେ ପାଞ୍ଚ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ କରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ୱାଡ଼ ସଭ୍ୟସଭ୍ୟାଙ୍କୁ କିଛି କାମ ଦେଇ ନାହାନ୍ତି । ଏହି ଅଭିଯୋଗ ଉପଜିଲ୍ଲାପାଳ ଦେଖିବା ପରେ ମୋହନା ବ୍ଲକ ଅଧିକାରୀଙ୍କୁ ତଦନ୍ତ କରିବା ପାଇଁ ଆଦେଶ ଦେଇଥିଲେ । ଏହା ସତ୍ୟ କିମ୍ବା ମିଥ୍ୟା ତଦନ୍ତ ପାଇଁ ବ୍ଲକ ପଞ୍ଚାୟତ ଅଧିକାରୀ ନରସିଂହ ମାଣ୍ଡାଙ୍ଗି ପହଞ୍ଚି ୧୨ଜଣ ସଭ୍ୟ ସଭ୍ୟୟାଙ୍କ ଉପସ୍ଥିତ ରେ ଏହି ଲିଖିତ ଅଭିଯୋଗ ପଡିବା ସହ ମତାମତ ନେଇ ଦସ୍ତଖତ ଯାଞ୍ଚ କରିଥିଲେ ସେଥିରୁ ୧୦ଜଣ ହିଁ ଅନସ୍ଥା ପ୍ରସ୍ତାବ ପାଇଁ ଦସ୍ତଖତ କରିଥିବା ଜଣାପଡ଼ିଛି। ଏହା ଉଚିତ ପଦେକ୍ଷପ ଆଗାମୀ ଦିନରେ ଉପଜିଲ୍ଲାପାଳ ସମୟ ସୀମା ଘୋଷଣା କରିବେ ବୋଲି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here