ୟୁରିଆ ସାର ପାଇଁ ଠେଲାପେଲା , ପଥର ମାଡ଼ ମାରି ଭାଙ୍ଗିଲେ ଆଜବେଷ୍ଟ ଓ ମୁଖ୍ୟ ଗେଟ

0
362

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଆଜି ସାର ପାଇଁ ଚାଷୀଙ୍କ ମଧ୍ୟରେ ଠେଲା ପେଲା ହେଇଥିବା ବେଳେ ଢେଲା ପଥର ମାଡରେ ଲ୍ୟାମ୍ପ ଛାତ ର ଆଜବେଷ୍ଟ ଓ ଲ୍ୟାମ୍ପ ମୁଖ୍ୟ ଫାଟକ କୁ ଭାଙ୍ଗି ଦେଇଥିବା ଜଣାପଡିଛି । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନକେଦାମ ହେବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ଲ୍ୟାମ୍ପରେ ଗତ କାଲି କିଛି ସାର ଆସିଥିଲା । ସାର ପାଇବା ପାଇଁ ଆଜି ସକାଳୁ ଲ୍ୟାମ୍ପ ସମ୍ମୁଖରେ ହଜାର ହଜାର ଚାଷୀଙ୍କ ଭିଡ଼ ଜମିଥିଲା । ଯେତିକି ପରିମାଣରେ ସାର ଆସିବା କଥା ତାଠାରୁ ଢେର କମ ସାର ଆସିଥିବା ଜାଣି ଚାଷୀଙ୍କ ମଧ୍ୟରେ ସାର ପାଇବା ପାଇଁ ଠେଲାପେଲା ଆରମ୍ଭ ହୋଇଯାଇଥିଲା । ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ କୋଷାଗୁମୁଡା ପୁଲିସ ମୁତୟନ ହୋଇଥିଲେ । ସେତିକି ବେଳେ ପୁଲିସ ଚାଷୀଙ୍କ ଠେଲାପେଲା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ଏମିତି ପରିସ୍ଥିତି ରେ ପୁଲିସକୁ ନକେଦାମ ହେବାକୁ ପଡିଥିଲା । ସେହି ସମୟରେ ଚାଷୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ସହ ହାତାହାତୀ ମଧ୍ୟ ହେଇଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ଢେଲା ପଥର ମାଡରେ ଲ୍ୟାମ୍ପ ର ଆଜବେଷ୍ଟ ଓ ଠେଲାପେଲା ରେ ଲ୍ୟାମ୍ପ ମୁଖ୍ୟ ଗେଟ ଭାଙ୍ଗି ଯାଇଥିବା ଜଣାପଡିଛି । ଏଠାରେ ପ୍ରଶ୍ନ ଉଠିଛି କି ଆନ୍ଦୋଳନ ଦିନ ସ୍ଥାନୀୟ ପ୍ରଶାସନ ଓ ଲ୍ୟାମ୍ପ ପରିଚାଳକ ୮୪ ଟନ ଆସିବ ଓ ସମସ୍ତ ଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜି ମାତ୍ର ୩ ଗାଡି ୟୁରିଆ ସାର ୧୭୦୦ ପେକେଟ କୋଷାଗୁମୁଡା ଲ୍ୟାମ୍ପକୁ ଆସିଥିବା ସୂଚନା ମିଳିଛି । ପ୍ରଶାସାନିକ ଅଧିକାରୀ ଓ ଲ୍ୟାମ୍ପ କର୍ତ୍ତୃପକ୍ଷ ଚାଷୀଙ୍କୁ ମିଛ ପ୍ରତିଶୃତି ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ସାର ନିୟଣ୍ଟ କୁ ନେଇ ପୁଣି କୋଷାଗୁମୁଡା ଅଞ୍ଚଳର ଚାଷୀ ଆନ୍ଦୋଳନ କୁ ଓଲ୍ଲାଇବ ବୋଲି ଚେତାବନୀ ଦେଇଛି । ଆଜି ଗୋଟିଏ ଲୋକଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଲ୍ୟାମ୍ପ ପକ୍ଷରୁ ପ୍ରଦାନ କରାଯାଇଛି । ଆଜି ସାର ନେବା ପାଇଁ ୫ ହଜାର ରୁ ଉର୍ଦ୍ଧ୍ବ ଚାଷୀ ଆସିଥିବା ବେଳେ ଲ୍ୟାମ୍ପରେ ମାତ୍ର ୧୭୦୦ ବସ୍ତା ସାର ଯୋଗାଇ ଦିଆଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here