ଅବସର ଗ୍ରହଣ କଲେ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ

0
375

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିବନ୍ଧ ଗ୍ରାମର ଭାଗବତ ସ୍ୱାମୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବରାମ ଜେନା ଓ ବେଲପୁର ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡା ଜୁନ ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶିବରାମ ଜେନା ଓ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡାଙ୍କୁ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷକ ଶିବରାମ ଜେନା ମାଣିବନ୍ଧରେ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦିନରୁ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ଗୁରୁବାର ଦିନ ଅବସର ଗ୍ରହଣ କରିଛନ୍ତି। ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଜେନାଙ୍କୁ ଭବ୍ୟ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗ ଦେଇ ଶ୍ରୀ ଜେନାଙ୍କୁ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଭାପତି ଭାଜରାମ ସ୍ବାଇଁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର, ଏବଂ ସମ୍ମାନୀତ ଅତିଥି ଭାବେ ଏସଏମସି ସଭାପତି ବିଶ୍ଵନାଥ ସ୍ବାଇଁ, ନିରଞ୍ଜନ ଖାଡଙ୍ଗା, ପୂର୍ଣ୍ଣଚନ୍ଦ୍ର ଖାଡଙ୍ଗା, ଶିକ୍ଷକ ସୁରେନ୍ଦ୍ର ଜେନା, ପିତାମ୍ବର ଗୌଡ଼ ଓ କମଳ ଲୋଚନ ପାଣିଗ୍ରାହୀ, ସିଆରସି ରାଜେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ସେହିପରି ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ପଣ୍ଡାଙ୍କୁ ବିଇଓ କାର୍ଯ୍ୟାଳୟରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ ମୁଖ୍ୟ କିରାଣୀ ଭାସ୍କର ସାହୁ ପ୍ରୋଭିଜନାଲ ପେନସନ ପତ୍ର ପ୍ରଦାନ କରିଥିଲେ। କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here