ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ

0
349

ଭୁବନେଶ୍ୱର:ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ ବୃଦ୍ଧି ପାଇଛି । ୧୧୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ଜଣ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବା ବେଳେ ୫ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଜି ୧୮ଟି ଜିଲ୍ଲାରୁ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ପୁରୀରୁ ସର୍ବାଧିକ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୮, ମୟୁରଭଞ୍ଜରୁ ୭, କେନ୍ଦୁଝର, ଗଜପତି, ସମ୍ବଲପୁର, ବଲାଙ୍ଗୀର ଓ ବାଲେଶ୍ୱରରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରୁ ୬ଜଣ, ମାଲକାନଗିରି, ଯାଜପୁର, କଟକ ଓ ବୌଦ୍ଧରୁ ୩ଜଣ, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୪ଜଣ ଆକ୍ରାନ୍ତ ଚିହ୍ନଟ, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here