ମହାପୁରୁଷଙ୍କ ପ୍ରତିମୂର୍ତିର ସୁରକ୍ଷା ଆମ ଦାୟିତ୍ୱ : ଟିମ କ୍ଲିନ ସିଟି

0
288

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କରୋନା କଟକଣାରେ ଅବହେଳିତ ହୋଇଛନ୍ତି ମହାପୁରୁଷମାନେ। ସଂକ୍ରମଣ ଭୟରେ ନିୟମିତ ବ୍ୟବଧାନରେ ରକ୍ଷଣାବେକ୍ଷଣ ହୋଇପାରିନାହିଁ ବ୍ରହ୍ମପୁର ସହରର ପ୍ରମୁଖ ଛକ ଗୁଡିକରେ ଶୋଭାବର୍ଦ୍ଧନ କରୁଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡିକ। ଏଗୁଡିକର ସଫେଇ ଦାୟିତ୍ୱ ହାତକୁ ନେଇଛି ଦଖିଣଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି। ଗତ ଦୁଇ ସପ୍ତାହ ପୂର୍ବେ ଆରମ୍ଭ ହୋଇଥିବା ଏହି ନିଆରା ଅଭିଯାନ ଆଜି ତୃତୀୟ ସପ୍ତାହରେ ସେବମୂଳକ କାର୍ଯ୍ୟ ଜାରୀରଖିଛି। ବ୍ରହ୍ମପୁର ବିଜୟା ଟକିଜ ବା ଗିରି ମାର୍କେଟ ଛକରେ ଥିବା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ୱତନ୍ତ୍ର ଓଡିଶା ଗଠନର ଅନ୍ୟତମ ପୁରୋଧା ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିକୁ ଆଜି ସଂଗଠନ ପକ୍ଷରୁ ସଫେଇ କରାଯାଇଛି। ପରେ ଟିମର ସଦସ୍ୟଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ଥିବା ବେଳେ ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ ଅଶୋକ ଶୁକ୍ଳ, ଆଇନଜୀବୀ ଅଞ୍ଜଳି ମହାନ୍ତି, ସାମ୍ବାଦିକ ନାଗେଶ୍ୱର ପୃଷ୍ଟି, ଅଭୟ କୁମାର ରଥ, ଅସିତ ସାବତ, ସୁର୍ଯ୍ୟ ନାରାୟଣ ଚୌଧୁରୀ, ଅସିତ ପଣ୍ଡା, ପ୍ରଶାନ୍ତ ଚୌଧୁରୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟରେ ସହଯୋଗ କରିଥିଲେ। ଆଗକୁ ଏହି କାର୍ଯ୍ୟ ଜାରୀରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here