୬୦୬ କେଜି ଗଞ୍ଜେଇ ସହ ଜୋଇଁ ଓ ଶଳା ଗିରଫ

0
350

ମୋହନା(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲାରେ ବର୍ତମାନ ଏକ ଭୟ ସୃଷ୍ଟି ହୋଇଛି,ଯାହାଦ୍ୱାରା ଗଞ୍ଜେଇ ମାଫିଆଙ୍କ ନିଦ ହଜିଯାଇଛି । ନିଦ ହଜାଇଛନ୍ତି ଏସପି ଶ୍ରୀ ତପନ କୁମାର ପଟ୍ଟନାୟକ । ସେ ଜିଲ୍ଲାରେ ପାଦ ଦେବା ମାତ୍ରେ ଗଞ୍ଜେଇର ମୂଳ ନିପାତ କରିବା ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି । ଫଳସ୍ୱରୂପ ଏତେ ପରିମାଣରେ କେବେ ଧରା ଯାଇ ନଥିଲା,ବର୍ତ୍ତମାନ ପ୍ରତେକ ଦିନ ଖବର କାଗଜ ଖୋଲିବା ମାତ୍ରେ ଗଞ୍ଜେଇ ଧରିଥିବା ଜଣାପଡୁଛି । ଆଜି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ କମଳାପୁର ଚେକଗେଟ ନିକଟରେ ନିଜ କର୍ମଚାରୀଙ୍କ ସହ ସକାଳ ପ୍ରାୟ ୭ଟା ସମୟରେ ଗାଡି ଯାଞ୍ଚ କରୁଥିବା ବେଳେ ରାୟଗଡ଼ାରୁ ଏକ କଣ୍ଟେନର ଗାଡି ନଂ ହର,୩୮କେ ଉ୯୮୩୯କୁ ଯାଞ୍ଚ କରିବା ବେଳେ ଗାଡ଼ିର ଆଗପଟେ ଏକ ଗୁପ୍ତବାକ୍ସରେ ଗଞ୍ଜେଇ ପାଇଥିଲେ । ଏହାକୁ ବାହାରକୁ ଆଣି ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀଙ୍କ ଉପସ୍ଥିତରେ ଓଜନ କରିବାରୁ ଏହା ୬କୁଇଣ୍ଟାଲ ୭କେଜି ହୋଇଥିଲା। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ୩୦ଲକ୍ଷ ହେବ । ଏହା ରାୟଗଡ଼ା ଜିଲ୍ଲା କେନ୍ଦୁଗୁଡାଥାନା ଅଞ୍ଚଳରୁ ହରିଆନା ଯାଉଥିଲା । ଏଥିରେ ସମ୍ପୃକ୍ତ ଥିବା ଦୁଇଜଣ ହେଲେ ଜୋଇଁଶଳା ମନୋଜ କୁମାର ତୁମାର (୩୩) ଅଭିନାଶକୁମାର ସିଂ (୨୨) । ଦୁଇ ଜଣ ହରିଆନାର ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି ।ଏପରିକି ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here