ଖଇନି ଭାବି ଉକୁଣୀ ମରା ଔଷଧ ଖାଇ ବୃଦ୍ଧ ମୃତ

0
486

ଭଞ୍ଜନଗର(ନିଲୁ ବିଶୋଇ) ଖଇନି ଭାବି ଉକୁଣି ମରା ଔଷଧ ଖାଇବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଏକଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ। ଗ୍ରାମର ପାଣ୍ଡବ ଦଳବେହେରାଙ୍କ (୭୦) ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ପ୍ରାୟ ୪ ଟା ସମୟରେ ପାଣ୍ଡବ ଖଇନି ଖାଇବା ପାଇଁ ଘରେ ଖଇନି ପୁଡିଆ ଖୋଜିଥିଲେ। ଭୁଲ ବଶତଃ ଖଇନି ବଦଳରେ ସେ ଘରେ ଥିବା ଏକ ଉକୁଣି ମରା ଔଷଧ ଖଇନି ଭାବି ଖାଇଦେଇଥି‌ଲେ। ବାର୍ଦ୍ଧକ୍ୟ କାରଣରୁ ସେ ଖଇନି ଓ ଉକୁଣିମରା ଔଷଧ ମଧ୍ୟରେ ଫରକ ଜାଣି ପାରିନଥିଲେ ବୋଲି ପରିବାର ଲ‌ୋକେ ପ୍ରକାଶ କରିଛନ୍ତି। ଏହି ଔଷଧ ଖାଇବା ପରେ ପାଣ୍ଡବ ସ୍ୱାସ୍ଥ୍ୟବସ୍ତା ଗୁରୁତର ହୋଇପଡିଥିଲା। ଫଳରେ ପରିବାର ଲୋକେ ସଙ୍ଗେ ସଙ୍ଗେ ଗତକାଲି ଅପରାହ୍ନରେ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ପାଣ୍ଡବଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଖବର ପାଇ ପୁଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ତାରିସିଂ ଥାନାରେ ୨୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୁଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here