ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

0
301

ବୁଗୁଡ଼ା(ଅନିଲ କୁମାର ମହାରଣା) ବୁଗୁଡା ଅଞ୍ଚଳରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ଜନ୍ମ ଉତ୍ସବ ବୁଧବାର ଦିନ କୋଭିଡ କଟକଣା ଯୋଗୁଁ ନିରାଡ଼ମ୍ବର ସହ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବୁଗୁଡ଼ା ସହରରେ ଜଳସେଚନ କାର୍ଯ୍ୟାଳୟ ପରିସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଯଥାବିଧିରେ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଥିବା ବେଳେ ଏହି ପୂଜା କାର୍ଯ୍ୟରେ ସହନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ଓ ସମସ୍ତ କର୍ମଚାରୀ ଯୋଗ ଦେଇଥିଲା। ବାଘୁଆ ନଦୀବନ୍ଧ ଯୋଜନା ପରିସରରେ ମଧ୍ୟ ଅନୁରୂପ ପୂଜା ବିଧି ପାଳନ କରାଯାଇଥିଲା। କୋଭିଡ କଟକଣା ଅବଲମ୍ବନରେ ବିଦ୍ୟୁତ୍ ବିଭାଗ ଓ ସମସ୍ତ ଗ୍ୟାରେଜ୍ ରେ ନିରାଡମ୍ବର ଭାବେ କ୍ଷୁଦ୍ର ମୁର୍ତ୍ତି ଓ ଚିତ୍ରପଟ ରଖି ପୂଜା ପାଳନ ହୋଇଥିବା ଦେଖିବାକୁ ମିଳିଥିଲା। କେଉଁଠି ମଧ୍ୟ ଡାକବାଜି ଯନ୍ତ୍ର ବ୍ୟବହାର କରାଯାଇନଥିଲା। ଅନୁରୂପ ଭାବେ ବଢେଇ ସମାଜ ଏବଂ ଅନ୍ୟାନ୍ୟ କୁଶଳୀ ଓ ଅଣ କୁଶଳୀ କାରିଗର ମାନେ ମଧ୍ୟ କୋଭିଡ଼୍ ନିୟମ ପାଳନ କରି ବିଶ୍ୱକର୍ମାଙ୍କ ପୂଜା ସମାପନ କରିଥିଲେ।

LEAVE A REPLY

Please enter your comment!
Please enter your name here