କ୍ଷତାକ୍ତ ଯୁବକଙ୍କୁ ଗଛ ଉପରୁ ଉଦ୍ଧାର

0
347

ବୁଗୁଡ଼ା(ଅନିଲ କୁମାର ମହାରଣା) ନିକଟସ୍ଥ ଖୋଳଖାଳି ଗ୍ରାମର ସଂଜୟ ବେହେରା (୩୫) ନାମକ ଏକ ଯୁବକକୁ କ୍ଷତାକ୍ତ ଅବସ୍ଥାରେ ଏକ ଗଛ ଉପରୁ ଉଦ୍ଧାର କରାଯାଇଛି। ଖବର ନେବାରେ ଜଣାଯାଇଛି ଯେ, ଯୁବକ ଜଣକ ସୁରଟର ଏକ ହୀରା ବ୍ୟବସାୟୀଙ୍କ ନିକଟରେ କାମ କରୁଥିଲେ ହେଁ କୋଭିଡ ଯୋଗୁଁ ଗାଁ କୁ ଆସିଥିଲେ। କିଛିଦିନ ହେଲା ସେ ଚିନ୍ତାମଗ୍ନ ରହୁଥିବା ଜଣାପଡ଼ିଛି। ଗତ ୧୫ ତାରିଖ ଦିନ ଦିବା ୩ ଟାରୁ ହଠାତ୍ କୁଆଡେ ଗାଏବ୍ ହୋଇଯିବାରୁ ସମ୍ପର୍କୀୟ ମାନେ ନାନା ସ୍ଥାନରେ ଖୋଜା ଖୋଜି କରୁଥିଲେ। ୧୬ ତାରିଖ ସକାଳେ କିଛି ଗ୍ରାମବାସୀ ସାପୁଆ ବନ୍ଧ ନିକଟକୁ ବିଲରେ ପାଣି ମଡାଇବାକୁ ଯାଇଥିବା ବେଳେ ଗଛ ଉପରୁ ରକ୍ତ ପଡୁଥିବାର ଦେଖି ଉପରକୁ ଚାହିଁବାରେ ସଂଜୟକୁ ଠାବ କରିଥିଲେ। ଗଛ ଉପରୁ ସଂଜୟଙ୍କୁ ଉଦ୍ଧାର କରି ବେକରେ ଗଭୀର କ୍ଷତ ସହ ରକ୍ତ ସ୍ରାବ ହେବାର ଦେଖି ତାଙ୍କୁ ତୁରନ୍ତ ବୁଗୁଡ଼ା ହସ୍ପିଟାଲକୁ ଆଣି ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ପଠାଯାଇଥିଲା। ଏହିପରି ଘଟଣା କାହିଁକି ଓ କେମିତି ହେଲା କିଛି ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here