ବିଶ୍ୱ ସ୍ତନପାନ ସପ୍ତାହ: ସାବୁନରେ ମା ଓ ଶିଶୁଙ୍କ କ୍ଷୁଦ୍ରତମ ଯୌଥ ପ୍ରତିକୃତି ନିର୍ମାଣ କଲେ ଶିଳ୍ପୀ ସତ୍ୟ ମହାରଣା।

0
649

ବ୍ରହ୍ମପୁର,୦୩/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଶିଶୁଙ୍କ ପାଇଁ ମା କ୍ଷୀର ସର୍ବୋକୃଷ୍ଟ। ଏଣୁ ସ୍ତନ୍ୟପାନ ସମ୍ପର୍କରେ ସଚେତନତା ସୃଷ୍ଟି ଦିଗରେ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବିଶ୍ଵ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଅନୁରୂପ ଭାବେ ବିଶ୍ଵ ସ୍ତନପାନ ସପ୍ତାହ ଅବସରରେ ନବଜାତଙ୍କ ପାଇଁ ମା କ୍ଷୀରର ଉପଯୋଗୀତା ସମ୍ପର୍କରେ ଜନ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବ୍ରହ୍ମପୁରର ଶିଳ୍ପୀ ସତ୍ୟ ମହାରଣା ନିଆରା ଉଦ୍ୟମ କରିଛନ୍ତି। ସାବୁନରେ ୫ଇଞ୍ଚ ଉଚ୍ଚତା ଓ ୩.୭ ଇଞ୍ଚ ପ୍ରସ୍ଥ ବିଶିଷ୍ଟ ମା ଓ ଶିଶୁଙ୍କ ଏକ ଯୌଥ ପ୍ରତିକୃତି ନିର୍ମାଣ କରିଛନ୍ତି। ଏଥିପାଇଁ ତାଙ୍କୁ ଦୀର୍ଘ ୫ଘଣ୍ଟା ସମୟ ଲାଗିଥିଲା। ପୂର୍ବରୁ ସତ୍ୟ କ୍ଷୁଦ୍ରତମ ରଥ ନିର୍ମାଣ କରି ଅନେକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ସତ୍ୟଙ୍କ ଏଭଳି କୀର୍ତ୍ତିମାନ ତାଙ୍କୁ ବେଶ ପରିଚିତ କରିପାରିଛି।

LEAVE A REPLY

Please enter your comment!
Please enter your name here