ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୂଇଗୋଟି ସ୍ବାଭିମାନ କେନ୍ଦ୍ର ଉଦ୍ଘାଟନ

0
297

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ବିଶ୍ବ ସ୍ବାକ୍ଷରତା ଦିବସ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ସୁନ୍ଦର ପୁର ଓ ଭିକାରୀ ପଲ୍ଲୀ ପଞ୍ଚାୟତର ନୂଆଁପଲ୍ଲୀ ଗ୍ରାମରେ 2ଟି ସ୍ବାଭିମାନ (ପ୍ରୌଢ ଶିକ୍ଷା)କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି । ନୂଆ ପଲ୍ଲୀ କେନ୍ଦ୍ର ଟି ଗ୍ରାମର ସଭାପତି ରଘୁନାଥ ଗୌଡ ଉଦ୍ଘାଟନ କରିଥିବା ବେଳେ ସୁନ୍ଦର ପୁର ମାଝୀ ଡିହ ସାହିରେ ସମିତି ସଭ୍ୟା ସୁକାନ୍ତି ବେହେରା ଓ ସରପଞ୍ଚ ସସ୍ମିତା ମହାଙ୍କୁଡ ଉଦ୍ଘାଟନ କରିଥିଲେ ।ଉଭୟ କେନ୍ଦ୍ରରେ ଅନ୍ୟୁନ25 ଜଣ ଲେଖାଏଁ ଅଶିକ୍ଷିଙ୍କୁ ସ୍ବେଚ୍ଛାସେବୀ ଶିକ୍ଷକ ମାନେ ଶିକ୍ଷାଦାନ କରିବାପାଇଁ ବ୍ୟବସ୍ଥା କରାଯିବ ।କ୍ଳବର ସଭାପତି ରଂଜିତ କୁମାର ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଭୟ ଉଦ୍ଘାଟନ ଉତ୍ସବରେ ସଂପାଦକ କାମରାଜୁ ମହାରଣା ସ୍ବାକ୍ଷରତା ଦିବସର ଆଭିମୁଖ୍ଯ ବିଷୟରେ ସଚେତନତା ବାର୍ତ୍ତା ଦେଇଥିବା ବେଳେ କ୍ଳବର ସ୍ବାକ୍ଷରତା କମିଟିର ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ସମାଜରେ ଶିକ୍ଷିତ ବ୍ୟକ୍ତିଙ୍କ ସ୍ଥାନ ଓ ମର୍ଯ୍ୟାଦା ଉପରେ ଆଲୋକପାତ କରିଥିଲେ ।ନୂଆ ପଲ୍ଲୀ ଜୟ ହନୁମାନ ସ୍ବାଭିମାନ କେନ୍ଦ୍ରରେ ସ୍ବେଚ୍ଛାସେବୀ ଶିକ୍ଷକ ରୂପେ ସୁଶାନ୍ତ ସେଠୀ ଦାୟିତ୍ୱ ନେଇ ଥିବା ବେଳେ ସୁନ୍ଦର ପୁର ସୁନ୍ଦରେଶ୍ବର ସ୍ବାଭିମାନ କେନ୍ଦ୍ରରେ ଅନିଲ୍ କୁମାର ବିଷୋୟି ଦାୟିତ୍ୱ ନେଇଥିଲେ ।ସୁନ୍ଦରେଶ୍ବର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜନାର୍ଦନ ଶତପଥୀ ଉଭୟ କେନ୍ଦ୍ରର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ରଘୁନାଥ ଗୌଡ, ବୁଡୁ ଗୌଡ, ସୁଶୀଳା ନାୟକ, ଅଙ୍ଗନୱାଡି କର୍ମୀ ସୁଜାତା ଗୌଡ ପ୍ରମୁଖ କେନ୍ଦ୍ରର ସୁପରିଚାଳନା ପାଇଁ ପ୍ରତିଶ୍ରୁତି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here