ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ

0
294

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ରାଜ୍ୟର ସର୍ବବୃହତ କଳାକାର ସଂଗଠନ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ତରଫରୁ ସ୍ଥାନୀୟ ହଳଦିଆ ପଦର ଓଭର୍ ବ୍ରିଜ୍ ତଳ ହୋଲ୍ ସେଲ୍ ପରିବା ମାର୍କେଟ ପରିସରରେ ଗୁରୁ ଦିବସ ପାଳନୋତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା ତିରୁପତି ସାହୁ ମୁଖ୍ୟ ଅତିଥି, ସୁନାମଧନ୍ୟ ସମାଜ ସେବୀ ତଥା ପ୍ରାକ୍ତନ କର୍ପୋରେଟର ବଦ୍ରି ନାରାୟଣ ନାୟକ ସମ୍ମାନିତ ଅତିଥି ଏବଂ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସମାଜରେ ଗୁରୁଙ୍କ ସ୍ଥାନ ଏବଂ ତାଙ୍କୁ ସର୍ବାନ୍ତକରଣରେ ଭକ୍ତି ଓ ସମ୍ମାନ ପ୍ରଦର୍ଶନ ଉପରେ ଗୁରୁତ୍ଵାରୋପ ଦେଇ ସ୍ଵ ସ୍ଵ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ୍ ର ସର୍ବଶ୍ରୀ ସନ୍ତୋଷ କୁମାର ପାଢ଼ୀ, ଧର୍ମରାଜ ସ୍ୱାଇଁ, ସୁଦର୍ଶନ ଜେନା, ଗୋପାଳ ସେଠି, ଗନ୍ତାୟତ ବେହେରା, ମହେନ୍ଦ୍ର ରାଉଳ, ପ୍ରଭାତ ରାଉତ, ଯୁଦ୍ଧିଷ୍ଠୀର ନାହାକ, ଆଦିତ୍ୟ କୁମାର ପାତ୍ର, ବଂଶୀଧର ପାତ୍ର, ବାଳକୃଷ୍ଣ ପାତ୍ର, ଘନଶ୍ୟାମ ବେହେରା, ପ୍ରମୋଦ ଚନ୍ଦ୍ର ଦାଶ, ତ୍ରିନାଥ ଗୌଡ଼, ମୋନା ମହାରଣା, ଖଲି ବେହେରା, ଦେବେନ୍ଦ୍ର ପ୍ରସାଦ ଶର୍ମା, ରାଜ୍ କିଶୋର ପାଢ଼ୀ, ସୁଦାମ ପଟ୍ଟନାୟକ, ଶାନ୍ତନୁ କୁମାର ଦାସ, ମହେଶ୍ୱର ରଣା, ବିଶ୍ଵନାଥ ମହାପାତ୍ର, ଦେବରାଜ ମହାରଣା ପ୍ରମୁଖ ୨୩ ଜଣ ବିଭିନ୍ନ ଲୋକକଳା ଓ ଲୋକନୃତ୍ୟ ଗୁରୁ ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କରୋନା ଜନିତ ପ୍ରଶାସନିକ କଟକଣା କୁ ଦୃଷ୍ଟିରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଭଗବାନ ସାମଲ, କିଶୋର କପୁର୍, ନୀଳମାଧବ ଜେନା, ମହେନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ବଳଦେବ ସାହୁ ପ୍ରମୁଖ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ । ପରିଶେଷରେ ଲକ୍ଷ୍ମୀ ନାରାୟଣ ସାମଲ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here