ସରକାରଙ୍କ ପାତରଅନ୍ତର ନୀତିକୁ ସମାଲୋଚନା କଲେ:ତାରା ବାହିନୀ ପତି

0
348

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନରେ ବିଜେଡି ସରକାରଙ୍କ ପାତରଅନ୍ତର ନୀତିକୁ ସମାଲୋଚନା କରିଛନ୍ତି ଉପସ୍ଥିତ ଥିବା କୋରାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି।ଶୁକ୍ରବାର ମଧ୍ୟାହ୍ନରେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳଝୋଳି ନିକଟରେ ଥିବା ଏକ ଫାର୍ମ ହାଉସ ପରିସରରେ ଆୟୋଜିତ ଏକ ପ୍ରେସ ସମ୍ମିଳନୀରେ କୋରାପୁଟ ବିଧାୟକ ଶ୍ରୀବାହିନୀପତି କହିଛନ୍ତି ଯେ,ମୂଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଭୂବନେଶ଼ବର ବିନ୍ଦୁ ସାଗର କାର୍ଯ୍ୟ କ୍ରମ,ବରମୁଣ୍ଡା ବସଷ୍ଟାଣ୍ଡ,କଟକ ବସଷ୍ଟାଣ୍ଡ ନିର୍ମାଣ, ବ୍ରହ୍ମପୁର ମହାନଗର ନିଗମର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନକୁ ଲୋକାର୍ପଣ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ବିନା କୋଭିଡ କଟକଣାର ଅନୁପାଳନରେ ଯୋଗଦାନ କରିଥିଲେ।କେନ୍ଦ୍ରର ବିଜେପି ଆଉ ରାଜ୍ୟରେ ବିଜେଡି ନେତାମାନେ କରୋନାର ପ୍ରବଳ ସଂକ୍ରମଣ ସମୟରେ ନିର୍ବାଚନ ରାଲିଗୁଡିକରେ ଲକ୍ଷାଧିକ ଲୋକ ଜମାକରିଥିଲେ।ମୂଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତ ବେଳେ ସେହି ଜିଲ୍ଲା ରେ ବର୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଲାଗି ରହିଛି ତଥାପି ସେଠାରେ ମଧ୍ୟ ହଜାର ହଜାର ଲୋକଙ୍କୁ ଜମା କରିଥିଲେ,ହେଲେ ସେତେବେଳେ କୋଭିଡ କଟକଣା କୁଆଡେ ଉଭେଇ ଗଲା ମାତ୍ର କଂଗ୍ରେସ ପକ୍ଷରୁ ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ସହିଦ ଦିବସ ରେ ତାଙ୍କରି ତ୍ୟାଗ ଓ ବଳିଦାନର ସ୍ମୃତିଚାରଣ ପାଇଁ ଆୟୋଜିତ କରାଯିବାକୁ ଥିବା କାର୍ଯ୍ୟକ୍ରମକୁ କରାଇନଦେବାକୁ ଷଡ଼ଯନ୍ତ୍ର କରୁଥିବା କହିଛନ୍ତି।ଜିଲ୍ଲା କଂଗ୍ରେସ ପକ୍ଷରୁ ଅନ୍ତତଃ ସାତ ହଜାର ବାଇକ୍ ରାଲି ଆୟୋଜନକୁ ଅନୁମତି ଦିଆଯାଉନାହିଁ।କେନ୍ଦ୍ରର ମୋଦି ସରକାର ଆଉ ରାଜ୍ୟରେ ବିଜେଡି ସରକାର ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵଭଳି ସେ କୃଷକ ଭାରତ ନୀତି ଅବଲମ୍ବନ କରୁଥିବା ବେଳେ ରାଜ୍ୟ ଭ୍ରଷ୍ଟାଚାର ରେ ଲିପ୍ତ ରହିଥିବାରୁ କଂଗ୍ରେସ ପକ୍ଷରୁ କୌଣସି ଲୋକସମ୍ପର୍କ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଉନାହିଁ।ମାତ୍ର ୨୪ଘଣ୍ଟା ପୂର୍ବରୁ ଥାର୍ଡଫ଼ଳୋରରୁ କେବଳ ୧୫ଶହ ଜଣଙ୍କ ପାଇଁ କୋଭିଡ ଟେଷ୍ଟ ସହ ଯୋଗ ଦେବାକୁ କହିଛନ୍ତି। ତାହା ପୁଣି ବ୍ରହ୍ମପୁର ଠାରେ ଦିନ କୁ ମାତ୍ର ୨ଶହଙ୍କ ଆରଟି ପି ସି ଆର ଟେଷ୍ଟ ହୋଇ ପାରୁଥିବାରୁ ବେଳେ ଗୋଟିଏ ଦିନ ଆଗରୁ କେମିତି କାର୍ଯ୍ୟକ୍ରମ ଆସିବା ପାଇଁ ଲୋକମାନେକୋଭିଡ ଟେଷ୍ଟ କରିବା ସମ୍ଭବ ହେବ,ଏଥିରୁ ସରକାର ଙ୍କ ମତିଗତି ସ୍ପଷ୍ଟ ହୋଇଯାଇଛି।କିନ୍ତୁ ଆଜି ର ସମ୍ମିଳନୀରେ କହିଛନ୍ତି ଯେ ଯଦି ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଆସନ୍ତି ତେବେ ଆମେ ଦାୟୀ ନୋହୁଁ।କିମ୍ବା କୈାଣସି ସ୍ଥାନରେ ପ୍ରଶାସନ ପକ୍ଷରୁ କର୍ମୀଙ୍କୁ ହଇରାଣ କରାଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।ଶନିବାର ସକାଳେ ଗୋପାଳପୁର ମେ-ଫେୟର ଠାରୁ ବାହାରି ପୂର୍ବାହ୍ନ ଏଗାରଟାରେ ବ୍ରହ୍ମପୁର ମହାନଗର ନିଗମର ଖଲ୍ଲିକୋଟ ଷ୍ଟାଡିୟମ ଠାରେ ଆୟୋଜିତ ଏକ ସଦଭାବନା ସଭାରେ ବହୁସଂଖ୍ୟାରେ ଯୋଗ ଦେବାକୁ ଆୟୋଜକଙ୍କ ପକ୍ଷରୁ ଆହ୍ବାନ ଦେଇ ସମସ୍ତଙ୍କ‌ ସହଯୋଗ କାମନା କରିଛନ୍ତି।ଏହି ସଭାରେ ପିସିସି ସଭାପତି ନିରଞ୍ଜନ ପଟନାୟକ,ରାଜ୍ୟ ପ୍ରଭାରୀ ଡଃ ଚେନ୍ନା କୃଷ୍ଣ ,ବିରୋଧୀ ଦଳ ନେତା ନରସିଂହ ମିଶ୍ର,ଜୟଦେବ ଜେନା,ଶରତ ପଟ୍ଟନାୟକଙ୍କ ସମେତ ବହୁ ବିଧାୟକ,କାର୍ଯ୍ୟକର୍ତ୍ତା ପ୍ରମୁଖ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here