ଆକାଂକ୍ଷା ମହିଳା ସଂଗଠନ ତରଫରୁ ମାତୃ ଦିବସ ପାଳିତ

0
240

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ବେଡାଗୁଡା ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ଗ୍ରାମରେ  ସଙ୍ଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଙ୍କ ଅଧ୍ୟକ୍ଷତାରେ ମାତୃ ଦିବସ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏହି ଅବସରରେ  ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ କଲ୍ୟାଣୀ ମିଶ୍ର ସ୍ଵାଗତ ଭାଷଣ କରିଥିଲେ।  ମୁଖ୍ୟ ଅତିଥି ଭାବରେ ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷା ଶ୍ରୀମତୀ  ଅଳକା ସାହୁ ଯୋଗଦେଇ ମାତୃ ଜାତିର ସୁରକ୍ଷା ଓ ଯତ୍ନ ଉପରେ ଆଲୋକପାତ କରିଥିଲେ।ଆକାଂକ୍ଷା ମହିଳା ସଂଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ମାତୃ ଦିବସ ର ତାପର୍ଯ୍ୟ ଓ ସନ୍ତାନ ମାନଙ୍କ ପ୍ରତି ମାଆର ତ୍ୟାଗ 
ସମ୍ପର୍କ ରେ ବୁଝାଇ ଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ଜେନିମା  ରଇତ , ଶ୍ରୀମତୀ ଅଞ୍ଜଳି ଗମାଙ୍ଗ ଯୋଗଦେଇ ମାଆର ଶିକ୍ଷା ଓ ସ୍ଵାସ୍ଥ୍ୟ ର ଯତ୍ନ ଉପରେ ଆଲୋଚନା କରିଥିଲେ। ଅନ୍ୟାନ୍ୟ ସଦସ୍ୟ ମାନେ ଯଥା ଶ୍ରୀମତୀ ସୁନୀତା ବେହେରା, ଶ୍ରୀଯୁକ୍ତ ଜୟଦେବ ଗମାଙ୍ଗ,ଭୁସନ୍ୟାଗମାଙ୍ଗ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଏ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।ସଭାର ଶେଷ ଭାଗରେଆଦିବାସୀ ଗୀତ ଓ ନାଚର ଆୟୋଜନ ହୋଇଥିଲା। ଶିଶୁ ମାନଙ୍କ ମଧ୍ୟରେ ମାଆ ଉପରେ ରଚନା ପ୍ରତିଯୋଗିତା ହୋଇଥିଲା। ସମସ୍ତ ପ୍ରତିଯୋଗି ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସର୍ବଶେଷରେ ଶ୍ରୀମତୀ ସୂପର୍ଭା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here