ବୃକ୍ଷ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
310

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମୋ ପରିବାରର ସଂଯୋଜକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣାମାନଙ୍କ ତତ୍ତ୍ଵାବଧାନରେ ଆଜି ସନ୍ଧ୍ୟାରେ ଗୁଲ୍ଲାପଲ୍ଲି ସାହିରେ ମୋ ପରିବାର ପକ୍ଷରୁ ବେଲ୍ଲ, ଅଂଳା,ନିମ, ବିଭିନ୍ନ କିସମର ଚାରା ଗୁଲ୍ଲାପଲ୍ଲି ଅଞ୍ଚଳ ବାସୀଙ୍କୁ ପ୍ରାୟ ୩୦୦ ଚାରା ବଣ୍ଟନ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ତଥା ଓଡ଼ିଶା ଶ୍ରମିକ ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟର ବି ଜାନକୀ,ଧବଳ ବେହେରା, ବିଜୟ ଚନ୍ଦ୍ର ସାମଲ, ସଂଘମିତ୍ରା ଦଳେଇ, ଆର୍ ମୁରଲୀ ମୋହନ, ମୁକୁନ୍ଦ ଗୌଡ଼, ରାମନାଥ ତନ୍ତି, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ତ୍ରିପାଠୀ, ସୁଧାନ୍ସୁ ପଟ୍ଟନାୟକ,ସୁଶିଲା ଦେବୀ,ମାମିନୀ ତ୍ରିପାଠୀ, ସବିତା ବେହେରା, ପଞ୍ଚାନନ ତ୍ରିପାଠୀ,ହର ମହାପାତ୍ର, ସୁବାଷ ମହାନ୍ତି, ପ୍ରଭାକର ମହାନ୍ତି, ଏଙ୍କାଟି ରେଡି,ଧବଳ ଭଞ୍ଜ, ଲକ୍ଷ୍ମୀ ଗୌଡ଼, ପ୍ରତିଭାଙ୍କ ସମେତ ସାହିବାସିନ୍ଦା ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here