ବନ ବିଭାଗ ଓ ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ଅସହାୟ ପାଇଲା ନୁଆ ଜୀବନ

0
347

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଜଗଦଲପୁର ଗ୍ରାମରେ ଏକ ଅସହାୟ ହନୁ ମାଙ୍କଡ ଗୁରୁତର ଆହତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବାର ଖବର ସାମ୍ବାଦିକ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ପାଇଥିଲେ । ଶ୍ରୀ ଚୌଧୁରୀ ବନ ବିଭାଗକୁ ଅବଗତ କରାଇବା ପରେ ବନ ବିଭାଗ ପାରା କର୍ମଚାରୀ ନୀଳମାଧବ ଜେନା ଗୁରୁତର ଅବସ୍ଥାରେ ଥିବା ମାଙ୍କଡକୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ପାଇଁ ନେଇଥିଲେ । ଏହି ଉଦ୍ଧାର ସମୟରେ ସ୍ବେଚ୍ଛାସେବୀ ଜିତୁ ପାତ୍ର, ଗଣେଶ ପାତ୍ର, ରୋକି ପାତ୍ର, ଦେବରାଜ ପାତ୍ର ଉପସ୍ଥିତ ଥିଲେ । ସମାଜସେବୀ ଶ୍ରୀ ଚୌଧୁରୀଙ୍କ ଏହି ମହାନ୍ ସେବା କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here