ବୋତାମରେ ତିଆରି ମା’କନ୍ଧୁଣୀ ଦେବୀଙ୍କ ଅଭିନବ ପ୍ରତିମୂର୍ତ୍ତି

0
314

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) କରୋନାକୁ ନେଇ ଏବର୍ଷ ଗଞ୍ଜାମର ପ୍ରସିଦ୍ଧ ମା’କନ୍ଧୁଣୀ ଦେବୀଙ୍କ କଣ୍ଟାପୀଡା ଯାତ୍ରା ଫିକା ପଡିଛି। ତେବେ ବାଲୁକା ଶିଳ୍ପୀ ସତ୍ୟନରାୟଣ ମହାରଣାଙ୍କ ଅଭିନବ ଶୁଭେଚ୍ଛା। ବଟନକୁ ସଜାଇ ସେ ଗଢିଛନ୍ତି ମା’କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି । ଏହି କରୋନା ରୂପକ ରୋଗ ଦାଉରୁ ସାରା ଓଡିଶାକୁ ରକ୍ଷା କରିବା ସହ କିଭଳି ଜୀବନ ଯାପନ ସ୍ୱାଭାବିକ ପୂର୍ବ ଭଳି ହେବ ତାହା କାମନା କରିଛନ୍ତି। ଏହି ଅଭିନବ ଶୁଭେଛା ଆର୍ଟ ପାଇଁ ୧୧୧୫ ବଟନ ବ୍ୟବହାର କରିଥିବା ବେଳେ ବିଭିନ୍ନ ରଙ୍ଗର ବଟନ ବ୍ୟବହାର କରିଛନ୍ତି। ଏହି ଆର୍ଟକୁ ବନାଇବା ପାଇଁ ତାଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। ନିଜ ଗାଁ ସୋରଡ଼ାର,ମା’କନ୍ଧୁଣୀ ସବୁଙ୍କୁ ଭଲରେ ରଖନ୍ତୁ।
ଘରେ ରହି ମା ଙ୍କୁ ଆରଧନା କରନ୍ତୁ। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।
“ଜୟ ମା’କନ୍ଧୁଣୀ”

LEAVE A REPLY

Please enter your comment!
Please enter your name here