କରୋନା ପାଇଁ ଚିନ୍ତାରେ ଜିଲ୍ଲା ପ୍ରଶାସନ, ହୋଲି ନଖେଳିବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ l

0
490

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭାଇରସ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ଯ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି l ସହର ଠାରୁ ଗାଁ ଯାଏଁ ସବୁଠି ଏହାର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଚିନ୍ତିତ l ଆସନ୍ତା କାଲି ହୋଲି ପର୍ବ ଥିବାବେଳେ କରୋନା ଭାଇରସର ସଂକ୍ରମଣ ଆଶଙ୍କା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହୋଲି ନଖେଳିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ସେଥିପାଇଁ ସେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ସମେତ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି l ଆବଶ୍ୟକ ପଡିଲେ ହୋଲି ଖେଳ ବାହାରେ ନଖେଳି ଘର ଭିତରେ ଖେଳିବାକୁ ସତର୍କ କରିଛନ୍ତି l ସାଧାରଣତଃ ସ୍କୁଲ ପିଲାମାନେ ଯେପରି ନିୟମିତ ହାତ ଧୋଇବା, ମାସ୍କ ଵା ରୁମାଲ ପିନ୍ଧିବା ଏବଂ ଭିଡ ମଧ୍ୟକୁ ନଯିବାକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି l ଏମ କେ ସି ଜି ରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ଖୋଲାଯାଇ ସେଥିରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି l

LEAVE A REPLY

Please enter your comment!
Please enter your name here