ଭାରସାମ୍ୟ ହରାଇ ଦଦରାଲୁଣ୍ଡା ରେ ଓଲଟିଲା ତେଲ ବୋଝେଇ ଟ୍ରକ

0
454

ଭଞ୍ଜନଗର(ନିଲୁ ବିଶୋଇ)ଆଜି ପ୍ରାପ୍ତ ସକାଳ ସମୟରେ ଦଦରାଲୁଣ୍ଡା ଗ୍ରାମ ଠାରେ ଏକ ତେଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଟ୍ରକ ଟି ସକାଳୁ କଳିଙ୍ଗା ପଟୁ ପେଟ୍ରୋଲ ନେଇକି ଆସୁଥିବା ବେଳେ ଦଦରାଲୁଣ୍ଡା ଗ୍ରାମ ନିକଟରେ ଗାଡି ଚାଳକଙ୍କ ଆଖି ଲାଖି ଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ଏକ ଡ୍ରେନରେ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଚାଳକ ଓ ହେଲ୍ପର ସମ୍ପୂର୍ଣ୍ଣ ଠିକ ଥିବା ବେଳେ କ୍ରେନ ସାହାଯ୍ୟରେ ଟ୍ରକଟିକୁ ଉଦ୍ଧାର କରାଯାଇଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here