ବାର୍ଦ୍ଧକ୍ୟ ଭତ୍ତା ପାଲଟିଛି ସାତ ସପନ

0
365

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ରାଜ୍ୟରେ ଅଯୋଗ୍ୟ ଙ୍କୁ ମିଳୁଛି ଯୋଗ୍ୟଙ୍କୁ ନାହିଁ ।ସରକାରୀ ନିୟମ ପ୍ରକାରେ ୬୦ ବର୍ଷ ବୟସ ହେଲେ ବରିଷ୍ଟ ନାଗରିକ ଭାବରେ ବିବେଚନା କରି ବୃଦ୍ଧବୃଦ୍ଧା ଙ୍କୁ ମାସିକ ଭତ୍ତା ଯୋଜନା ରେ ସାମିଲ କରାଯାଇଥାଏ । ହେଲେ ୭୦ ବର୍ଷ ଅତିକ୍ରମ କରିବା ପରେ ମଧ୍ୟ ଭତ୍ତା ଟିଏ ହୋଇପାରୁ ନାହିଁ । ୧୦ ବର୍ଷ ହେଲା ପଞ୍ଚାୟତ, ସ୍ଥାନୀୟ ବ୍ଳକ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି । ତଥାପି କେହି ତାଙ୍କ ଗୁହାରି ଶୁଣୁନଥିବା ସେ ଅଭିଯୋଗ କରିଛନ୍ତି।
ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ପଞ୍ଚାୟତ ବୁରପଲ୍ଲୀ ଗାଁର ବିନୁ ମହାନ୍ତି । ଯାହାଙ୍କ ବୟସ ୭୦ ଟପିଲାଣି । ପୁଅବୋହୁ ମାନେ ଯେଯା ବାଟରେ ରହୁଥିବା ବେଳେ ଏବେ ଏକ ଚାଳ କୁଡିଆରେ ଜୀବନ କାଟୁଛନ୍ତି ବିନୁ ।ଗତ ଚାରି ବର୍ଷ ହେଲା ସେ ବିଧବା ହେବା ପରେ ଏକାକି ହୋଇପଡିଛନ୍ତି । ରାଜ୍ୟ ସରକାରଙ୍କ ଭତ୍ତା ଯୋଜନା ରେ ତାଙ୍କୁ ସାମିଲ କରାଯାଇଥିଲେ ବାକି ଜୀବନ ଟା ଟିକିଏ ଶାନ୍ତିରେ କଟିପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି । ପୁଅ ବୋହୁ ହାତଟେକି ଯାହା ଦିଅନ୍ତି ସେଥିରେ ତ ପେଟ ପୁରିଯାଉଛି ହେଲେ ଟିକିଏ ଔଷଧ ପତ୍ର କିଣିବା ପାଇଁ ପାଖରେ ଟଙ୍କା ଟିଏ ନାହିଁ ଯାହାଫଳରେ ଭାରି କଷ୍ଟରେ ଜୀବନ ଅତିବାହିତ କରିବାକୁ ପଡୁଛି ତାଙ୍କୁ । ୬୦ ବର୍ଷ ଡେଇଁବା ପରଠାରୁ ଅର୍ଥାତ ଗତ ୧୦ ବର୍ଷ ହେଲା ବିଭିନ୍ନ ସମୟରେ ଜଗନ୍ନାଥପ୍ରସାଦ ବ୍ଳକ ତ ଆଉ କେତେ ବେଳେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଲେଣି । ଗଂଜାମ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଗତ ଫେବୃଆରୀ ମାସରେ ଏକ ୱ।ଟସପ୍ ନମ୍ୱରରେ ସମସ୍ତ ପ୍ରମାଣ ପଠାଯାଇଥିଲା ତାହା ମଧ୍ୟ ୬ ମାସ ବିତିଗଲାଣି ସେଠାରୁ ମଧ୍ୟ କିଛି ଉତ୍ତର ଆସିନାହିଁ । ଏବେ ଆଉ କାହାକୁ ଗୁହାରି କରିବେ ବୋଲି ପ୍ରଶ୍ନ କରିବା ସହ ନିଜ ଭାଗ୍ୟକୁ ନିନ୍ଦିଛନ୍ତି ବିନୁ । ତାଙ୍କ ଠାରୁ ସାନ ଓ ଥିବା ବାଲାମାନେ ମାସକୁ ମାସ ଭତା ଉଠାଉ ଥିବାବେଳେ ଅସହାୟ ଭାବେ କଷ୍ଟରେ ଜୀବନ ବିତାଉଥିବା ବିନୁ ଙ୍କୁ ଭତ୍ତା ନମିଳିବା ଅନେକ ଙ୍କୁ ବସ୍ମିତ କରିଛି । ଅନ୍ତତଃ ଜୀବନ ଯିବା ପୂର୍ବରୁ ସରକାର ଗୁହାରି ଶୁଣି ଭତ୍ତା ଟିଏ ବ୍ୟବସ୍ଥା କରିବା ପାଇଁ ସେ ନେହୁରା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here