ଗ୍ରାମବାସୀଙ୍କ ଉପରେ ତହସିଲଦାରଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ

0
323

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ଥାନା ଅଧିନସ୍ଥ ଅନ୍ତରୀଗାଁର କିଛି ଗ୍ରାମବାସୀଙ୍କୁ ପୁରୁଷୋତ୍ତମପୁର ତହସିଲଦାରଙ୍କ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଶୁଣିବାକୁ ମିଳିଛି। ଗ୍ରାମବାସୀଙ୍କ ଅନୁଯାୟୀ ପୁରୁଷୋତ୍ତମପୁର ତହସିଲଦାର ଅରୁଣ ନାୟକ ଏବଂ ତାଙ୍କ ଡ୍ରାଇଭର ହଠାତ ଆମ ଗାଁକୁ ଆଜି ଆସିଥିଲେ। ବିନା କାରଣରେ ଗାଁର କିଛି ଜଣ ଘର ବାରଣ୍ଡାରେ ବସିଥିବା ସମୟରେ ହଠାତ ତହସିଲଦାର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ। ତହସିଲଦାରଙ୍କ ଡ୍ରାଇଭର ମଧ୍ୟ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରିଥିବା କହିଛନ୍ତି ଗ୍ରାମବାସୀ। ଏ ନେଇ ଅନ୍ତରୀଗାଁ ଗ୍ରାମବାସୀ ହିଂଜିଳିକାଟୁ ଥାନାକୁ ଆସିଥିଲେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଦୁର୍ବ୍ୟବହାର ସମ୍ପର୍କରେ ଏତଲା ଦେବାକୁ କିନ୍ତୁ ଏତଲା ନ ଦେଇ ପୁଣି ଗାଁ ଯାଇ ଆପୋଷ ବୁଝାମଣା କରିବେ ବୋଲି ସୂଚନା ମିଳିଛି। ଗ୍ରାମର ବହୁ ମହିଳା ଏବଂ ପୁରୁଷ ଅଭିଯୋଗ ପାଇଁ ଥାନାକୁ ଆସିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ପୁରୁଷୋତ୍ତମପୁର ତହସିଲଦାର ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଗ୍ରାମବାସୀ ସାମାଜିକ ଦୂରତା ମାନୁନଥିଲେ। ଲୋକଙ୍କୁ ସଚେତନ କରାଇବା ପାଇଁ କେବଳ ଚେଷ୍ଟା କରାଯାଇଛି। ସେମିତି କିଛି ଇସୁ ନାହିଁ ବୋଲି କହିଛନ୍ତି ତହସିଲଦାର।

LEAVE A REPLY

Please enter your comment!
Please enter your name here