ବାଇକ ଦୁର୍ଘଟଣାରେ ୨ ଆହତ

0
434

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ବାଇପାସ୍ ରୋଡ଼ ନିକଟରେ ବାଇକ ଦୁର୍ଘଟଣା ଘଟି ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ୨ ଜଣ ହେଉଛନ୍ତି ବିଭିଷଣ ବେହେରା (୭୦) ଓ କୃଷ୍ଣ ବେହେରା(୫୦) ମିଳିଥିବା ସୂଚନା ମୁତାବକ ଆଜି ମଧ୍ୟାହ୍ନ ୧୨ଟା ବେଳେ ସୋରଡ଼ା ଗ୍ରାମର କୃଷ୍ଣ ବେହେରା ନିଜ ଏକ୍ସଏଲ ଗାଡି ରେ ମାଛ ବିକ୍ରୀ କରି ଫେରୁଥିବା ବେଳେ ବାଉଁଶଲୁଣ୍ଡି ବାଇପାସ ରୋଡ଼ ନିକଟରେ ହଠାତ ବିଭିଷଣ ଆସିଯିବାରୁ ଦୁହେଁ ଘଟଣା ସ୍ଥଳରେ ଆହତ ହୋଇଥିଲେ। ଖବର ପାଇ ପୋଲିସ ଆହତ ୨ଜଣଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଇ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here