ଜଗନ୍ନାଜଗନ୍ନାଥ ପ୍ରସାଦ ଅତିରିକ୍ତ ତହସିଲଦାରକୁ ଘେରିଲେ ବ୍ୟବସାୟୀ

0
397

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ଆଜି ଦୋକାନ ବନ୍ଦ କରିବା ନେଇ ଦ୍ଵନ୍ଦ ସୃଷ୍ଟି ହେଉଛି।ଗଞ୍ଜାମ ଜିଲାପାଳ ନିର୍ଦ୍ଧେଶ ଅନୁଯାଇ ଆଜି ୨୪ ତାରିଖ ଠାରୁ ସକାଳ ୫ ଟା ଠାରୁ ରାତ୍ର ୮ ଟା ଯାଏ ଦୋକାନ ଖୋଲିବା କହିଥିଲେ, ତେଣୁ ବ୍ୟବସାୟୀ ମାନେ ଦୋକାନ ଖୋଲି ଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ବଇରାଲ ମୂର୍ମୁ ଦୋକାନ ଖୋଲିବା ନେଇ ମନା କରିବାରୁ ହଟଗୋଳ ସୃଷ୍ଟି ହୋଇଥିଲା, ତେଣୁ ବହୁ ସମୟ ଧରି ବ୍ୟବସାୟୀ ମାନେ ତାଙ୍କୁ ଘେରାଉ କରି ରଖି ଥିଲେ।ପୂର୍ବ ରାତି ରୁ ପ୍ରଶାସନ ତରଫରୁ କୌଣସି ସୂଚନା ନ ଦିଆ ଯାଇ ସକାଳୁ ହଟାତ ଦୋକାନ ବନ୍ଦ କରିବା ନେଇ ଅସନ୍ତୋଷ ଦେଖା ଯାଇଥିଲା।ଗଂଜାମ ଜିଲ୍ଲାର ନିୟମ ଜଗନ୍ନାଥ ପ୍ରସାଦ ରେ କଣ ପାଇଁ ଲାଗୁ ହେବ ନାହିଁ ବୋଲି ବ୍ୟବସାୟୀ ମାନେ କହିଥିଲେ। ଦୋକାନ ବନ୍ଦ ପାଇଁ ପୂର୍ଵ ସୂଚନା ନ ଦେଇ ଦୋକାନ ବନ୍ଦ କରିବାର ପ୍ରତିବାଦ କରିବା ସହ ଆଗାମୀ ଦିନ ରେ ରାସ୍ତା ଉପରେ ଆନ୍ଦୋଳନ ହେବ ବୋଲି ବ୍ୟବସାୟୀ ମାନେ ଚେତାବନୀ ଦେଇଛନ୍ତି। ଦୋକାନ ବନ୍ଦ ନେଇ ଜଗନ୍ନାଥ ପ୍ରସାଦ ସରପଞ୍ଚ ଙ୍କୁ ପଚାରିବାରୁ ସେ କହିଲେ ତାଙ୍କୁ କିଛି ଲିଖିତ ମିଳିନାହିଁ।କିନ୍ତୁ ତାଙ୍କ ମତରେ ଦୁଇ ଦିନ ଖୋଲା ଯାଉ,ତାପରେ ପୁଣି ବନ୍ଦ କରା ଯାଉ ବୋଲି କହିଥିଲେ।
ସେହିପରି କାଦୁଆ ରେ ମଧ୍ୟ ବ୍ୟବସାୟୀ ମନେ ତଳ ଦିନେ ଦୋକାନ ଖୋଲିବା ଓ ଜୋରିମାନା ଆଦାୟ କରିବା କୁ ନେଇ ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁ କୁ ଘେରାଉ କରିଥିଲେ।

LEAVE A REPLY

Please enter your comment!
Please enter your name here